ମୋଜତାବାଙ୍କ ସମ୍ପର୍କରେ ସୂଚନା ପାଇଁ ପୁରସ୍କାର ଘୋଷଣା କଲେ ଟ୍ରମ୍ପ

ୱାସିଂଟନ: ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନି ଏବଂ ଆଇଆର୍‌ଜିସିର ବରିଷ୍ଠ ଅଧିକାରୀଙ୍କ ଉପରେ ଆମେରିକା ଏକ ବଡ଼ ପୁରସ୍କାର ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ମୋଜତାବା ଖେମିନି ଜୀବିତ କିନ୍ତୁ ସମ୍ପ୍ରତି ଆକ୍ରମଣରେ ଆହତ ହୋଇଛନ୍ତି। ମୋଜତାବାଙ୍କ ସମେତ ଦଶ ଜଣ ପ୍ରମୁଖ ନେତାଙ୍କୁ ଟାର୍ଗେଟ କରାଯାଇଛି। ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ୟ୍ୟକଳାପ ଏବଂ ଆଇଆର୍‌ଜିସିର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆମେରିକା କହିଛି।
୧୦ ପ୍ରମୁଖ ଇରାନୀ ନେତାଙ୍କ ବିଷୟରେ ବିଶ୍ୱସନୀୟ ସୂଚନା ପ୍ରଦାନକାରୀଙ୍କ ପାଇଁ ଆମେରିକାର ବୈଦେଶିକ ବିଭାଗ ପୁରସ୍କାର ଘୋଷଣା କରିଛି। ଏହି ପୁରସ୍କାର ୧୦ ନିୟୁତ ଡଲାର ପର୍ୟ୍ୟନ୍ତ ହୋଇପାରେ ବୋଲି କୁହାଯାଇଛି। ମୋଜତାବାଙ୍କ ପାଇଁ ବଡ଼ ଧରଣର ପୁରସ୍କାର ଘୋଷଣା ହୋଇଛି। ଏହା ବ୍ୟତୀତ, ଆବଶ୍ୟକ ହେଲେ ସୂଚନା ପ୍ରଦାନକାରୀଙ୍କୁ ଅନ୍ୟ ଦେଶକୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ମଧ୍ୟ ଆମେରିକା ପ୍ରତିଶ୍ରୁତି ଦେଇଛି। ସେହିପରି ମୋଜତାବାଙ୍କ ଅବସ୍ଥିତି ପ୍ରକାଶ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ମୋଟା ଅଙ୍କର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏପରି କରି ଆମେରିକା ସରକାର ମୋଜତାବାଙ୍କୁ ଧରିବା ଫାଇଁ ଥୋପ ପକାଇଥିବା କୁହାଯାଉଛି।ଡୋନାଲ୍ଡ ଟ୍ରମ୍ପ ଏବେ ଏହି ଯୁଦ୍ଧକୁ ଶୀଘ୍ର ଶେଷ କରିବା ମନୋଭାବରେ ଥିବା ଦେଖାଯାଉଛି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ବଡ଼ ଆକ୍ରମଣ କରାଯାଉଛି, ତେଲ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଶୀର୍ଷ ଇରାନ ନେତାଙ୍କ ପର୍ୟ୍ୟନ୍ତ ସବୁକିଛି ଟାର୍ଗେଟରେ ରହିଛି। ଏହା ମଧ୍ୟ ଦାବି କରାଯାଉଛି, ମୋଜତାବା ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦାବି କରିଛନ୍ତି, ମୋଜତାବା ଜୀବିତ ଅଛନ୍ତି, କିନ୍ତୁ ଆହତ ହୋଇଛନ୍ତି। ଯେଉଁ ଇରାନୀ ନେତାମାନଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ନେତା ମୋଜତାବା ଖେମିନି, ସର୍ବୋଚ୍ଚ ନେତାଙ୍କ କାର୍ୟ୍ୟାଳୟର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଅଲି ଅସଗର ହେଜାଜି ଏବଂ ଇରାନର ସୁରକ୍ଷା ମୁଖ୍ୟ ଅଲି ଲାରିଜାନି ଅଛନ୍ତି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୋଧରେ ଏୟାର୍ ଷ୍ଟ୍ରାଇକ୍ ତୀବ୍ର କରୁଥିବା ସମୟରେ ଏହି ପୁରସ୍କାର ଘୋଷଣା କରାଯାଇଛି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ