ମୌସୁମୀ ଅଧିବେଶନ:ସରକାର 6 ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ପ୍ରସ୍ତୁତ

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହି ସ୍ୱଳ୍ପକାଳୀନ ଅଧିବେଶନକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଶ୍ରୀମତୀ ପାଢ଼ୀ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।

ବୈଠକ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ସଂସଦୀୟ ପରମ୍ପରା ରକ୍ଷା ଓ ଜନହିତକର ପ୍ରସଙ୍ଗରେ ଗଠନମୂଳକ ଓ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ସମସ୍ତ ରାଜନୈତିକ ଦଳର ସକାରାତ୍ମକ ସହଯୋଗ ଲୋଡ଼ିଛନ୍ତି। ତାଙ୍କ ସରକାର ରାଜ୍ୟବାସୀଙ୍କ ସର୍ବାଙ୍ଗୀନ କଲ୍ୟାଣ ତଥା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସହମତି ଏବଂ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଦୃଢ଼ ପ୍ରତିବଦ୍ଧ ବୋଲି କହିଛନ୍ତି।

ସେହିପରି ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସ୍ପଷ୍ଟ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ଆଲୋଚନା ହେଲା। ବିରୋଧୀ ଦଳ ଏମଏମଡିଆର ଆକ୍ଟ ସଂଶୋଧନର ପ୍ରସଙ୍ଗ ଉଠାଇଛନ୍ତି ତାହା ଉପରେ ବାଚସ୍ପତି ବିଚାର କରିବେ। ଯାହାବି ପ୍ରସଙ୍ଗ ବିରୋଧୀ ଦଳ ଉଠାଇବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ତେବେ ଅଧିବେଶନରେ କେଉଁ ବିଲ୍ ଆସିବ ସେସମ୍ପର୍କରେ ବିଧାନସଭାର କାର୍ଯ୍ୟପରାମର୍ଶଦାତା କମିଟି ବିଚାର କରିବେ। ଏବେସୁଦ୍ଧା ୬ଟି ବିଲର ନୋଟିସ୍ ଆସିଛି ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିବା ମୁଡରେ ନାହିଁ ବିରୋଧୀ ବିଜେଡି। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚିରାଚରିତ ଢଙ୍ଗରେ ସର୍ବଦଳୀୟ ବୈଠକ ହୋଇଛି। ବିଧାନସଭା କେମିତି ଚାଲିବ ସେନେଇ ଆଲୋଚନା କଲେ। ଆମେ କିନ୍ତୁ ଏମଏମଡିଆର ଆକ୍ଟ ସଂଶୋଧନ କଥା ଉଠାଇଲୁ, ଓଡ଼ିଶାର ଯାହା କ୍ଷତି ହୋଇଛି ସେନେଇ ଆଲୋଚନା କରାଯାଉ, ନଚେତ୍ ଧନ୍ୟବାଦ ଦେଇ ଆଲୋଚନା କରାଯାଉ। ଆମେ ଅପେକ୍ଷା ବି କରିଛୁ। ନହେଲେ ତା’ପରେ ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ। ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ପଛଘୁଂଚା ଦେବନାହିଁ ବୋଲି ସ୍ପଷ୍ଟ କରିଛି। ବୈଠକ ପରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ବିଧାନସଭାକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି କହିଛନ୍ତି। ଆମେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଯେଉଁ ପ୍ରସ୍ତାବ ଦେଉଛୁ ତାକୁ ଆଲୋଚନା ପାଇଁ କହିଛୁ। ଏମଏମଡିଆର ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ଆଲୋଚନା ପାଇଁ ଆମେ କହିଛୁ। ଆମେ ଏ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବୁ ଓ ଏହାକୁ ଆଲୋଚନାକୁ ନେବାକୁ ଦାବି କରିବୁ। ଏଥିସହିତ ରାଜ୍ୟ ସରକାରଙ୍କ ବାରମ୍ବାର ବିବୃତି ସତ୍ତ୍ୱେ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ନହେବା ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଜୋରଦାର ଭାବେ ଉଠାଇବ ବୋଲି ସେ ଦୋହରାଇଛନ୍ତି।

ଆଜିର ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବିଜେଡି ବିଧାୟକ ଦଳର ଉପନେତା ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଓ କଂଗ୍ରେସ ବିଧାୟକ ଶ୍ରୀ ଦାସ ଉପସ୍ଥିତ ଥିଲେ। ଏହି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇନଥିଲେ।

ସୂଚନାଯୋଗ୍ୟ, ଆସନ୍ତାକାଲିଠୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଚଳିତ ଅଧିବେଶନ କାଳରେ( Legislative Assembly Odisha) ଗୃହରେ ସରକାର ଛଅଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ପ୍ରସ୍ତୁତ ଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଶାସକ ଦଳକୁ କାଠଗଡ଼ାରେ ଠିଆ କରିବାକୁ ସଜବାଜ ହୋଇଛନ୍ତି।

କେନ୍ଦ୍ର ସରକାରଙ୍କ ଏମଏମଡିଆର ଆକ୍ଟ ସଂଶୋଧନକୁ ନେଇ ଗୃହରେ ସ୍ୱତନ୍ତ୍ର ସଂକଳ୍ପ ପାରିତ କରିବା ପାଇଁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର ଦାବି କରିଛି। ସେହିପରି ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ନହେବା, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି, ଦୁଇ ହଜାର ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ସମ୍ଭାବ୍ୟ ଶୁଳ୍କ ଧାର୍ଯ୍ୟ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ଚାଷୀ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ଆଜି ସନ୍ଧ୍ୟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ ଓ ଦଳ ବିଧାନସଭା ଅଧିବେଶନ ପାଇଁ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବ ବୋଲି ଜଣାପଡ଼ିଛି। ସରକାର ସମସ୍ତ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହୁଥିବାବେଳେ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଚଳିତ ମୌସୁମୀ ଅଧିବେଶନକୁ ସରଗରମ କରିବାର ସମ୍ଭାବନା ରହିଛି।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ