ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର” ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟସ୍‌)ର ୧୯ତମ ସଂସ୍କରଣ ଶୁଭାରମ୍ଭ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ସଂସ୍କରଣ ଟାଟା ଷ୍ଟିଲ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ସହଭାଗିତାରେ ଆୟୋଜନ କରାଯାଉଛି । କିମ୍ବଦନ୍ତୀ ପୁରୁଷ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜ୍ୟୋତିର୍ବିଜ୍ଞାନ ପ୍ରତି ରହିଥିବା ଅତୁଳନୀୟ ଅବଦାନର ପ୍ରଚାରପ୍ରସାର କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷର ବିଷୟବସ୍ତୁ ‘ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଚାରୀ’ ଶୀର୍ଷକ ଉପରେ ଏହି ସଂସ୍କରଣ ଆୟୋଜିତ ହେଉଛି । ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭିନ୍ନ କୁଇଜ୍‌ ପ୍ରତିଯୋଗିତା ଓ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରାଯାଇ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ସେମାନଙ୍କ ମଧ୍ୟରୁ ପ୍ରତି ଜିଲ୍ଲାରୁ ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଡିସେମ୍ବର ୧୩ ତାରିଖରେ ଚୂଡ଼ାନ୍ତ ଚୟନ ପାଇଁ ଭୁବନେଶ୍ୱରକୁ ଆମନ୍ତ୍ରଣ କରାଯିବ । ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟକ୍ତିଗତ ଆଲୋଚନା, ପ୍ରସ୍ତୁତ ମଡେଲ ଓ ମୂଲ୍ୟାଙ୍କନ ଆଧାରରେ ଶ୍ରେଷ୍ଠ ୩୦ ଜଣ ବିଜେତାଙ୍କୁ କାର୍ୟ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ସେମାନେ ମଧ୍ୟ ଇସ୍ରୋ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନର ସୁଯୋଗ ପାଇବେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସଂସ୍କରଣର ପୁସ୍ତିକା ଉନ୍ମୋଚନ କରି କହିଛନ୍ତି ଯେ ସବୁବର୍ଗର ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହେବାର ସମାନ ସୁଯୋଗ ରହିଛି । ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସହ ଭବିଷ୍ୟତରେ ଭାରତ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ।ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ସହଭାଗିତାରେ ଟାଟା ଷ୍ଟିଲ ପକ୍ଷରୁ ୨୦୦୭ ମସିହାରୁ ୟାଟସ୍‌ ଆୟୋଜିତ ହୋଇ ଆସୁଛି । ଏହି କାର୍ୟ୍ୟକ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନ ସଂପର୍କରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ପ୍ରତିଭା ଓ ଜିଜ୍ଞାସାର ପରିପ୍ରକାଶ ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି । ଏ ପର୍ୟ୍ୟନ୍ତ ୨୩୦ ଜଣ ମନୋନୀତ ବିଜେତା ବିଭିନ୍ନ ଇସ୍ରୋ କେନ୍ଦ୍ର ପରିଦର୍ଶନ କରି ମହାକାଶ ଗବେଷଣାରେ ଭାରତର ଅଗ୍ରଗତି ଦେଖିବାର ଅନନ୍ୟ ସୁଯୋଗ ପାଇଛନ୍ତି ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ବିଜ୍ଞାନ ଓ ପ୍ରଯୁିକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଓ ଶ୍ରୀମତୀ ପୂଜା ମିଶ୍ର, ବିତ୍ତ ପରାମର୍ଶ ଦାତା ଶ୍ରୀମତୀ ବିଦ୍ୟୁତ ପ୍ରଭା ରାଉତ, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦ୍ଦେଶକ ଶ୍ରୀମତ ଉର୍ମିପ୍ରଭା ମହାରଣା, ଚିନ୍ମୟୀ ଚେତନା ଦାସ, ଟାଟା ଷ୍ଟିଲର ମୁଖ୍ୟ ନିର୍ବାହୀ ଶ୍ରୀ ଦେବାଶିଷ ଜେନା, ଅନନ୍ୟା ମିହିର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ