ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀ ବାରମ୍ବାର ବିଭ୍ରାନ୍ତି କରୁଛନ୍ତି:ବିଜେଡି

ଭୁବନେଶ୍ବର: ମୃତ ବ୍ୟକ୍ତି ରାସନ କାର୍ଡ ହାତେଇବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ଲିଖିତ ଉତ୍ତର ନେଇ ବିଜେଡିର ପ୍ରତିକ୍ରିୟା। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯୋଗାଣ ବିଭାଗ ଓ ଯୋଗାଣ ମନ୍ତ୍ରୀ ବାରମ୍ବାର ବିଭ୍ରାନ୍ତି କରୁଛନ୍ତି। ପୂର୍ବରୁ ୨୫ ଲକ୍ଷ ମୃତ କାର୍ଡ ଅଛି ବୋଲି ମନ୍ତ୍ରୀ କହୁଥିଲେ ଏବେ କହୁଛନ୍ତି ୩ ଲକ୍ଷ। ରାସନ କାର୍ଡରେ ସାମିଲ ପ୍ରକ୍ରିୟା ଓ ବାଦ ଦେବା ପ୍ରକ୍ରିୟା ଅଛି। ମୃତ ବ୍ୟକ୍ତିଙ୍କ ସ୍ଥାନରେ ନୂଆ କାର୍ଡ ଦିଆଯାଏ। ବିଜେଡି ସରକାରରେ ବି ଏଭଳି ଅନେକ ମୃତ ବ୍ୟକ୍ତିଙ୍କୁ ବାଦ ଦିଆଯାଇ ନୂଆ କାର୍ଡ ଦିଆଯାଇଛି। କିନ୍ତୁ ନୂଆ ସରକାର E-KYC ନାଁରେ ଅବ୍ୟବସ୍ଥା କରୁଛନ୍ତି। ଯଦି E-KYC କରିବାର ଥିଲା ବିଭାଗ ପକ୍ଷରୁ ଆପ୍ଲିକେସନ ବ୍ୟବସ୍ଥା କରିବା ଆବଶ୍ୟକ ଥିଲା। ଏହା ନ କରି କେବଳ E-KYC କରିବା ଫଳରେ ବାହାରେ ରହୁଥିବା ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ସରକାର। ସରକାର ଯେଉଁ ବ୍ୟବସ୍ଥା କରୁଛନ୍ତି ଏହା ଦ୍ଵାରା ୨୫ ରୁ ୨୮ ଲକ୍ଷ ଯୋଗ୍ୟ ହିତାଧିକାରୀ କଟିଯିବେ। ଅଯୋଗ୍ୟ ନାଁରେ ଯୋଗ୍ୟ ନ କାଟନ୍ତୁ। ଇନକମ ଟ୍ୟାକ୍ସ ପେୟର କାଟନ୍ତୁ କିନ୍ତୁ ରିଟନ ଫାଇଲ କରୁଥିବା ଲୋକଙ୍କ କରାଗଲେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଯିବେ ବୋଲି କହିଛନ୍ତି ଗୌତମ ବୁଦ୍ଧ ଦାସ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ