ରଜରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ । କେରଳରେ ପ୍ରବେଶ କରିଛି ମୌସୁମୀ । ଆଗାମୀ ୨-୩ ଦିନ ଭିତରେ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡ଼ୁର କିଛି ଅଂଶ ଛୁଇଁପାରେ । ତେବେ ଓଡ଼ିଶାରେ ମୌସୁମୀ ଆଗମନକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ ।ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଜୁନ୍ ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ଏହା ମୌସୁମୀକୁ ଅଗ୍ରସର କରିବାରେ ସହାୟକ ହେବ । ରଜବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ । ସମ୍ଭାବ୍ୟ ଲଘୁଚାପ/ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନରେ ମଧ୍ୟ ସଙ୍କେତ ଦିଆଯାଇଛି ।

ପାଣିପାଗ ବିଭାଗ ଆକଳନ କରିଛି, ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳରେ ୩୬-୩୮ ଡିଗ୍ରୀ ସେଲସିୟସ୍, ଉପକୂଳର ଅଧିକାଂଶ ଅଞ୍ଚଳରେ ୩୮-୪୦ ଡିଗ୍ରୀ ଓ ପଶ୍ଚିମରେ ୪୦-୪୨ ଡିଗ୍ରୀ ତାପମାତ୍ରା ରହିପାରେ । ୧୨ରୁ ୧୮ ତାରିଖ ଭିତରେ ଉତ୍ତର ଉପକୂଳରେ ୩୨-୩୪ ଡିଗ୍ରୀ, ବାକି ଉପକୂଳ ଅଞ୍ଚଳରେ ୩୪-୩୬ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣରେ ୩୮-୪୦ ଡିଗ୍ରୀ ରହିପାରେ ତାପମାତ୍ରା ।
ଗୁରୁବାର ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଟପିଥିବାବେଳେ କେତେକ ସ୍ଥାନରେ ୪୧ ପାର୍ କରିଥିଲା । ଅନେକ ସ୍ଥାନରେ ପାରଦ ୩୮-୪୦ ଡିଗ୍ରୀ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୮ ଡିଗ୍ରୀ ଥିଲା । ଏମିତିକି ଉପକୂଳରେ ବି ଝାଞ୍ଜି ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି ।ଆସନ୍ତା ୧୧ ତାରିଖ ଯାଏଁ ମୁଖ୍ୟତଃ ଗରମ ରହିବ । ତାପମାତ୍ରା ୩୭-୪୦ ଡିଗ୍ରୀ ସେଲସିୟସ୍ ଭିତରେ ରହିପାରେ । କାଁ ଭାଁ ୪୧ ଡିଗ୍ରୀ ଛୁଇଁପାରେ । ଏବେ କାଳବୈଶାଖୀ ବିସ୍ତୃତ ଅଞ୍ଚଳରେ ପ୍ରଭାବ ପକାଇବ ନାହିଁ । ୯ ପରେ କାଳବୈଶାଖୀ ବର୍ଷା ବଢ଼ିବ । ରଜ ବେଳକୁ ପାଗ ମେଘୁଆ ରହିବ । ୧୧ରୁ ୧୩ ତାରିଖବେଳକୁ ବର୍ଷା ସମ୍ଭାବନା ଅଛି । ୧୪ରୁ ୧୭ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆସିପାରେ । ସମ୍ଭବତଃ ରଜ ସୁଦ୍ଧା ଛୁଇଁପାରେ ମୌସୁମୀ ।

  • Related Posts

    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading
    ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ପଞ୍ଚାୟତର ବ୍ୟାପକ କାର୍ଯ୍ୟକ୍ରମ

    ରାଇକିଆ: ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ବନାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ସକାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ