ରତ୍ନଭଣ୍ଡାର ଗଣତି, ମନ୍ଦିର ଭିତରକୁ ଗଲେ ସ୍ପେଶାଲ ଟିମ୍

ପୁରୀ: ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରବେଶ କରିଛନ୍ତି। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି।

ଏହାପରେ ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ବାହାର ଭଣ୍ଡାରର ଗଣତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।

ବିଶେଷ କରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ବାହାର ଭଣ୍ଡାରରେ ରହିଛି। ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ। ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ