
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘର ନୂତନ ପରିଚାଳନା ସମିତି ଗଠନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଦ୍ୱାରା ଗତ ଦୁଇ ବର୍ଷର ବିବରଣୀ ପାଠ କରାଯାଇଥିଲା। ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘର ନୂତନ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ବିଜୟ କୁମାର ପଣ୍ଡା ଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା। ଉପସଭାପତି ଭାବେ ମିହିର କୁମାର ମହାପାତ୍ର ଏବଂ ଶ୍ରୀ ନିବାସ ଅଚାରୀ , ସାଧାରଣ ସମ୍ପାଦକ ରାମକୃଷ୍ଣ ବେହେରା , ସହ-ସମ୍ପାଦକ ଭାବେ ବାଲ୍ମୀକି ପତି, ଯୁଗ୍ମ ସମ୍ପାଦକ ଆର ମହେନ୍ଦ୍ର ପାତ୍ର , ଏବଂ କୋଷାଧ୍ୟକ୍ଷ ଭାବେ ଏମ ଜଗଦିଶ ପାତ୍ର ଙ୍କୁ ମନୋନୀତ କରାଯାଇଥିଲା। ଆଇନ ପରାମର୍ଶଦାତା ଭାବେ ପ୍ରଦୀପ ବେହେରା ଏବଂ ପଦ୍ମ ଚରଣ ପଣ୍ଡା, ଦୁର୍ଯ୍ୟୋଧନ ଲେଙ୍କା ରାମକୃଷ୍ଣ ପାତ୍ରଙ୍କୁ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଚୟନ କରାଯାଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


