ରାଇକିଆ ଭାଜପାର ପ୍ରଥମ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ସାଂଗଠନିକ ଶକ୍ତି ବୃଦ୍ଧି ଓ ଦଳୀୟ କାର୍ଯ୍ୟକ୍ରମକୁ ଗୁରୁତ୍ୱ, ଯୋଗଦେଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଥମ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଙ୍କଟମୋଚନ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଦଳର ସାଂଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା, ମଣ୍ଡଳସ୍ତରରେ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ, ଜିଲ୍ଲା ଓ ମଣ୍ଡଳସ୍ତରର ବହୁ ପଦାଧିକାରୀ, ବରିଷ୍ଠ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ବୈଠକକୁ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଜୟନ୍ତୀ ପ୍ରଧାନ ଉଦ୍‌ଘାଟନ କରିଥିବାବେଳେ କନ୍ଧମାଳ ଜିଲ୍ଲା ଭାଜପା ସଭାପତି ପଣ୍ଡିତ ବିଶି ମାଝି ଉଦ୍‌ଯାପନ କରିଥିଲେ। ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମଣ୍ଡଳର ବିଭିନ୍ନ ପଦାଧିକାରୀ ଓ ଦଳୀୟ କର୍ମକର୍ତ୍ତା ନିଜ ନିଜ ଦାୟିତ୍ୱ ଓ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ରହିଥିଲେ।ବୈଠକରେ ମଣ୍ଡଳ ସଂଗଠନର ବିଭିନ୍ନ ଦିଗ, କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଏବଂ ଦଳୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋଚନା କରାଯାଇଥିଲା। ମଣ୍ଡଳସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ପଞ୍ଚାୟତ ଓ ଗ୍ରାମସ୍ତରରେ ଦଳର କାର୍ଯ୍ୟକଳାପକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା.ବୈଠକରେ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା,ରାଇକିଆ ମଣ୍ଡଳ ଉପସଭାପତି ବିଜୟ କିଶୋର ପ୍ରଧାନ ଓ ଦୀପକ ମହାରଣା, ସାଧାରଣ ସମ୍ପାଦକ ସନକ ଦିଗାଳ, ସମ୍ପାଦକ ଜିତେନ୍ଦ୍ର କୁମାର ମଲ୍ଲିକ, ରଜତ କୁମାର ଘଡ଼ାଇ ଓ ଗୀତାଞ୍ଜଳି ସିଓ ଏବଂ କୋଷାଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଉପସ୍ଥିତ ଥିଲେ।ସେହିପରି ଯୁବ ମୋର୍ଚ୍ଚା ସଭାପତି ଧରଣୀଧର କହଁର, କୃଷକ ମୋର୍ଚ୍ଚା ସଭାପତି ବ୍ୟାସଦେବ ମଲ୍ଲିକ ଓ ମହିଳା ମୋର୍ଚ୍ଚା ସଭାପତି ଦୀପାଞ୍ଜଳି ପ୍ରଧାନ ବୈଠକରେ ଯୋଗଦେଇଥିଲେ। ଏହି ତିନି ମୋର୍ଚ୍ଚା ମାଧ୍ୟମରେ ଯୁବବର୍ଗ, କୃଷକ ଓ ମହିଳାମାନଙ୍କ ନିକଟରେ ଦଳୀୟ କାର୍ଯ୍ୟକ୍ରମ ପହଞ୍ଚାଇବା ଦିଗରେ ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
କନ୍ଧମାଳ ଜିଲ୍ଲା ଭାଜପା ପକ୍ଷରୁ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରା,ଜିଲ୍ଲା ସାଧାରଣ ସମ୍ପାଦିକା ଗୀତାଞ୍ଜଳି ନାୟକ, ଜିଲ୍ଲା କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ପଣ୍ଡା ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ପାତ୍ର ଯୋଗଦେଇଥିଲେ। ଜିଲ୍ଲାସ୍ତରୀୟ ନେତୃବୃନ୍ଦଙ୍କ ଉପସ୍ଥିତି ମଣ୍ଡଳସ୍ତରୀୟ ସଂଗଠନ ଓ ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ଗୁରୁତ୍ୱ ବହନ କରିଥିଲା।ବରିଷ୍ଠ ଦଳୀୟ ସଦସ୍ୟ ଦୁର୍ଯ୍ୟୋଧନ ଲେଙ୍କା, ପଦ୍ମଚରଣ ପଣ୍ଡା, ନାରାୟଣ ପ୍ରସାଦ ମହାନ୍ତି,ଗଦାଧର ସାହୁ,ଶକ୍ତିକେନ୍ଦ୍ର ପ୍ରମୁଖ ମିଟୁ ବିଶ୍ୱାଳ, ଭରତ ଭୂଷଣ ପାଣିଗ୍ରାହୀ ଓ ବିପିନ ବିହାରୀ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ। ମଣ୍ଡଳର ବିଭିନ୍ନ ସ୍ତରରେ ଦାୟିତ୍ୱ ତୁଲାଉଥିବା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସାଂଗଠନିକ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ପ୍ରକାଶ ପାଇଥିଲା।ରାଇକିଆ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ହୋଇଥିବାରୁ ଏହାକୁ ଦଳର ସ୍ଥାନୀୟ ସାଂଗଠନିକ କାର୍ଯ୍ୟକଳାପର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭାବେ ଦେଖାଯାଉଛି। ମଣ୍ଡଳସ୍ତରରେ କର୍ମକର୍ତ୍ତାଙ୍କ ସକ୍ରିୟ ଅଂଶଗ୍ରହଣ, ଦଳୀୟ ଦାୟିତ୍ୱର ସଠିକ୍ ନିର୍ବାହ ଓ ସଂଗଠନକୁ ତୃଣମୂଳସ୍ତରରେ ମଜଭୁତ କରିବା ଦିଗରେ ଏହି ବୈଠକ ସହାୟକ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।ବୈଠକରେ ରାଇକିଆ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସାଂଗଠନିକ କାର୍ଯ୍ୟକୁ ଆଗକୁ ବଢ଼ାଇବା ନେଇ ନିଜ ନିଜର ସହଯୋଗ ଜଣାଇଥିଲେ।କାର୍ଯ୍ୟକ୍ରମ କୁ ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ସନକ ଦିଗlଳ ପରିଚାଳନା କରିଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ