ରାଉରକେଲା ରେଳଷ୍ଟେସନରେ ସେଡ୍‌ ଭୁଶୁଡ଼ିଲା

ସୁନ୍ଦରଗଡ: ଚକ୍ରଧରପୁର ରେଳ ମଣ୍ଡଳ ଅଧୀନସ୍ଥ ରାଉରକେଲା ରେଳ ଷ୍ଟେସନରେ ଆଜି ସକାଳ ୯ଟା ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଷ୍ଟେସନର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଦୁଇ ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍‌ ହଠାତ୍‌ ଭୁଶୁଡ଼ି ପଡ଼ିଛି। ସେଡ୍‌ର ମଲବା ତଳେ ରହିଥିବା ଏକ କାର୍‌ ଓ ଟେମ୍ପୋ ଉପରେ ପଡ଼ିବାରୁ ଉଭୟ ଯାନ କ୍ଷତିଗ୍ରସ୍ତ ହୋଇଛି।ଯାତ୍ରୀ ଓ ଯାନ ଚାଳକମାନଙ୍କୁ ଖରା ଏବଂ ବର୍ଷାରୁ ସୁରକ୍ଷା ଦେବା ପାଇଁ ଏହି ସେଡ୍‌ ନିର୍ମାଣ କରାଯାଇଥିଲା। ମାତ୍ର ଏହି ନିର୍ମାଣର ମାତ୍ର ତିନି ମାସ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିବା ଘଟଣା ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରି ଦେଇଛି।
ଘଟଣା ସମୟରେ ସେଡ୍‌ ତଳେ କିଛି ଯାତ୍ରୀ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ହଠାତ୍‌ ସେଡ୍‌ ଭୁଶୁଡ଼ି ପଡ଼ିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଦୌଡ଼ି ପଳାଇ କୌଣସିମତେ ନିଜ ଜୀବନ ବଞ୍ଚାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇଥିବା ତତ୍କାଳୀନ ସୂଚନା ନାହିଁ। ସେଡ୍‌ ତଳେ ଥିବା ଯାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହି ଘଟଣା ପୁଣିଥରେ ଚକ୍ରଧରପୁର ରେଳ ମଣ୍ଡଳରେ ଚାଲିଥିବା ନିର୍ମାଣ କାର୍ଯ୍ୟର ମାନ ଏବଂ ତଦାରଖ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଷ୍ଟେସନର ମୁଖ୍ୟ ଦ୍ୱାର ନିକଟରେ ନିର୍ମାଣ ହେଉଥିବା ଏହି ସେଡ୍‌ର ଗୁଣବତ୍ତାକୁ ନେଇ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ