ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି ଧରି ସେବା ପ୍ରଦାନ କରିବା ପରେ ଏହି ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ‘ସନାତନ’ କେବଳ ଏକ ପୂଜା ପଦ୍ଧତି ନୁହେଁ, ବରଂ ଏହା ସତ୍ୟ, ଧର୍ମ, କର୍ତ୍ତବ୍ୟ, କରୁଣା, ନ୍ୟାୟ, ଆତ୍ମ-ନିୟନ୍ତ୍ରଣ ଏବଂ ଜନକଲ୍ୟାଣ ଉପରେ ଆଧାରିତ ଏକ ଜୀବନଶୈଳୀ । ପ୍ରଶାସନିକ ସୁଧାର ଦ୍ୱାରା ଭାରତର ନବନିର୍ମାଣ ସମ୍ଭବ ନୁହେଁ । ଦେଶକୁ ନିଜର ସଭ୍ୟତାର ମୂଳଦୁଆ ସହ ଜଡ଼ିତ ରଖି ଆଧୁନିକ ବିକାଶ ପଥରେ ଆଗକୁ ନେବାକୁ ହେବ ସେଥିପାଇଁ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ।
‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…







