ରାଜନୈତିକ ଢାଞ୍ଚାକୁ ପରିବର୍ତ୍ତନ କରିବାର ପ୍ରୟାସକୁ ଆମେ ବନ୍ଦ କରିଦେଇଛୁ:ରାହୁଲ

ନୂଆଦିଲ୍ଲୀ: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ ଥିଲା, କିନ୍ତୁ ସେମାନେ ଏହାକୁ ସଫଳତାର ସହ ଅବରୋଧ କରିଛନ୍ତି।
ଲୋକ ସଭାରେ ମହିଳା ସଂରକ୍ଷଣ ବିଲ କାଟ୍‌ ଖାଇବା ପରେ ରାହୁଲ ଗାନ୍ଧୀ କହିଛନ୍ତି, “ଏହା ସମ୍ୱିଧାନ ଉପରେ ଆକ୍ରମଣ ଥିଲା, ଏବଂ ଆମେ ଏହାକୁ ପରାସ୍ତ କରିଛୁ। ଏହା ଏକ ସକାରାତ୍ମକ ଫଳାଫଳ। ଆମେ ସ୍ପଷ୍ଟ ଭାବରେ କହିଥିଲୁ ଯେ ଏହା ଏକ ପ୍ରକୃତ ‘ମହିଳା ବିଲ’ ନୁହେଁ, ବରଂ ଭାରତର ରାଜନୈତିକ ଢାଞ୍ଚାକୁ ପରିବର୍ତ୍ତନ କରିବାର ଏକ ପ୍ରୟାସ। ଏବଂ ଆମେ ଏହାକୁ ସଫଳତାର ସହ ବନ୍ଦ କରିଦେଇଛୁ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଯଦି ଆପଣ ପ୍ରକୃତରେ ମହିଳା ସଂରକ୍ଷଣ ବିଲ ଚାହାଁନ୍ତି, ତେବେ ୨୦୨୩ ସଂସ୍କରଣ ଆଣନ୍ତୁ ଏବଂ ଏହାକୁ କାର୍ୟ୍ୟକାରୀ କରନ୍ତୁ। ସମଗ୍ର ବିରୋଧୀ ଦଳ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରିବ।”

କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମନ୍ତବ୍ୟ ଦେଇଛନ୍ତି, “ଏହି ପ୍ରସଙ୍ଗ କେବଳ ମହିଳା ସଂରକ୍ଷଣ ବିଷୟରେ ନ ଥିଲା; ଏହା ମୂଳତଃ ଗଣତନ୍ତ୍ର ଏବଂ ଦେଶର ଅଖଣ୍ଡତା ବିଷୟରେ ଥିଲା। ଆମେ କେବେବି ଏପରି ପ୍ରସ୍ତାବରେ ରାଜି ହୋଇପାରିବୁ ନାହିଁ ଯାହା ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାଣ ସହିତ ଏପରି ଭାବରେ ଯୋଡ଼ିଥାଏ ଯେ ଏହା ଏକ ପୁରୁଣା ଜନଗଣନା ଉପରେ ନିର୍ଭର କରେ। ଯେଉଁଥିରେ ଓବିସି ଜନସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ ନୁହେଁ। ଏହି ବିଲ ପାସ ହେବା ଅସମ୍ଭବ ଥିଲା। ଏହା ଦେଶର ଗଣତନ୍ତ୍ର ଏବଂ ଏହାର ଅଖଣ୍ଡତା ପାଇଁ ଏକ ବଡ଼ ବିଜୟ।”

  • Related Posts

    ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂର: ଇରାନ

    ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ହେବାର ଆଶା କରାଯାଉଛି। ଇରାନ କହିଛି ଯେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁ ଏକ ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂରରେ…

    Continue reading
    ଭାରତ ସହିତ ଇରାନ ଭଲ ସଂପର୍କ ଅଛି: ହାକିମ ଇଲାହି

    ନୂଆଦିଲ୍ଲୀ: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଇଲାହିଙ୍କୁ ହର୍ମୁଜ ପ୍ରଣାଳୀ ନିକଟରେ ଦୁଇଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେ ସେ ଏପରି କୌଣସି ଘଟଣା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ