ରାଜ୍ୟ କ୍ୟାବିନେଟ: ୩୧୪ ବ୍ଲକରେ ନିର୍ମାଣ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥି ପାଇଁ ସରକାର ନୂଆ ଯୋଜନା କରିଛନ୍ତି । ୧୨ ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟନ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।
ସେହିପରି ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ଅଛି। ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର ଓ ୬ ମାସରେ ସାରିଲେ ୧୦ ହଜାର ବୋନସ ପ୍ରଦାନ କରାଯିବ। ଏହି ଯୋଜନାରେ ୭୫୫୦ କୋଟି ଖର୍ଚ୍ଚ କରିବେ ସରକାର।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ: ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

    ଭୁବନେଶ୍ୱର: ଭାରତ ୨୦୨୬ରେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଏହି କ୍ରମରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ । ଏଥିସହିତ ବ୍ରିକ୍ସ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ