ରାଜ୍ୟରେ ନୀଳ ଅର୍ଥନୀତି ବିକାଶକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ନୀଳ ଅର୍ଥନୀତିର ହବ୍ ହେବ ଓଡ଼ିଶା । ରାଜ୍ୟରେ ନୀଳ ଅର୍ଥନୀତି ବିକାଶକୁ ସରକାରଙ୍କ ଗୁରୁତ୍ୱ । ଏହାର ରୋଡ୍ମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା ଆରମ୍ଭ ହୋଇଥିଲା ବେଳେ ନିରୀକ୍ଷଣ ଓ ସମନ୍ୱୟ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯିବ । ବିଶେଷଜ୍ଞ, ଗବେଷଣା ସଂସ୍ଥା ଓ ବାୟୋ ଟେକ୍ନୋଲୋଜି ଉଦ୍ୟୋଗ ସଙ୍ଗଠନମାନଙ୍କୁ ନେଇ ଏକ ଟେକ୍ନିକାଲ୍ ଆଡଭାଇଜରି ଗ୍ରୁପ୍ ବି ଗଢ଼ା ହେବ । ସମନ୍ୱିତ ଯୋଜନା, ଭାଗିଦାରୀ ଧାର୍ଯ୍ୟ ଲକ୍ଷ୍ୟ ନେଇ ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଆନ୍ତଃ ବିଭାଗୀୟ ସମନ୍ୱୟ କରି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଥିଲା ।

ଗତ ମାର୍ଚ୍ଚରେ ଭୁବନେଶ୍ୱରରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିସ ଆଧାରରେ ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧାରୀ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ । ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନୋଡାଲ୍ ବିଭାଗ ଭାବେ କାର୍ଯ୍ୟ କରିବ । ଏଥିସହିତ ଜଙ୍ଗଲ, ଜଳ ସମ୍ପଦ, ଶକ୍ତି, ବିଜ୍ଞାନ ଓ ପ୍ରଯୁକ୍ତି, ବାଣିଜ୍ୟ ଓ ପରିବହନ, ପର୍ଯ୍ୟଟନ ବିଭାଗର ସମନ୍ୱୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର୍ ନଲେଜ୍ ପାର୍ଟନର୍ ଭାବେ ସହଯୋଗ କରିବ । ନୀଳ ଅର୍ଥନୀତି ହବ୍ (ବିହବ୍) ସ୍ଥାପନ ହେବ ।
ଏଥିରେ ଚିଙ୍ଗୁଡ଼ି ଚାଷକୁ ବୈଜ୍ଞାନିକ ଭାବେ ବିକାଶ କରିବା ସହ ରପ୍ତାନି ଓ ଆୟ ବୃଦ୍ଧି ଏବଂ ଉପକୂଳ ଅଞ୍ଚଳରେ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶା ଶ୍ରିମ୍ପ ମିଶନ କରାଯିବ । ଗଭୀର ସମୁଦ୍ରରେ ମାଛ ଧରିବା (ଡିପ୍ ସି ଫିସିଂ ମିଶନ), କୃତ୍ରିମ ପ୍ରବାଳ ସୃଷ୍ଟି, ସମୁଦ୍ର ଆଧାରିତ ମାଛ ଚାଷ, ସି-ୱିଡ୍ ଚାଷ, ଫିସର୍ ଫ୍ରେଣ୍ଡ୍ ମୋବାଇଲ ଆପ୍ ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ପାଣିପାଗ ଓ ସମୁଦ୍ର ସୂଚନା ପ୍ରଦାନ କରାଯିବ । ଧାମରା, ପାରାଦୀପ, ଚାନ୍ଦିପୁର ଓ ଅସ୍ତରଙ୍ଗରେ ମାଛ ଧରା ବନ୍ଦରର ଆଧୁନିକୀକରଣ, ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ହାଇଜେନିକ୍ ହୋଲସେଲ୍ ମାର୍କେଟ୍, ସମନ୍ୱିତ ଆକ୍ୱା ପାର୍କ ଓ ଉଚ୍ଚ ମୂଲ୍ୟଯୁକ୍ତ ପ୍ରଜାତିର ମାଛ, କଙ୍ଗଡ଼ା ହ୍ୟାଚେରୀ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ସମସ୍ତ ବିଭାଗର ଯୋଗଦାନ ସମ୍ପର୍କରେ ସେମାନଙ୍କର ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ରୋଡ୍ମ୍ୟାପ୍ ପ୍ରସ୍ତୁତିରେ ସହାୟକ ହେବ । ସମ୍ପୃକ୍ତ ପ୍ରତ୍ୟେକ ବିଭାଗରୁ ଜଣେ ଜଣେ ନୋଡାଲ୍ ଅଧିକାରୀ ମନୋନିତ କରିବାକୁ ନିର୍ଦ୍ଦେଶ ହୋଇଛି ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ