ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ରାଜ୍ୟସଭାରେସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ।
ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ୟବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ୟାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଦୁର୍ଗମ ଅଞ୍ଚଳରେ ସାର ନ ପହଞ୍ଚିବାର କୌଣସି ସୂଚନା ନାହିଁ। ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପରିମାଣର ସାର ସମ୍ପର୍କରେ ତଥ୍ୟ ହାସଲ କରାଯାଏ। ନିୟମିତ ବ୍ୟବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ