
ଦେବଗଡ଼:କଟକର ସରସ୍ବତୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିବା ୭ତମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ ଜିଲ୍ଲାର ୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ପଦକ ପ୍ରତିଯୋଗୀମାନେ ହାସଲ କରିଛନ୍ତି।ଜିଲ୍ଲାର ଆମୀରା ସାଇନି ବାର୍ଲା,ଅଭ୍ୟା ଆଭିଗ୍ନା ସାହୁ, ଅନମୁଲ ନାୟକ, ସ୍ମାଇଲ ମୁଣ୍ଡା, ସନୁ ରାଏ, ଖୁସି ମୁଣ୍ଡା, ଅସରିତ ସାହୁ, ସିଦ୍ଧିକ୍ସା ଜେନା ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ତନ୍ମୟ ବିଶ୍ବାଳ ରୌପ୍ୟ ପଦକ ଏବଂ ଅକଶିତା ଜେନା ବ୍ରୋଞ୍ଜ ପଦକ ପାଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି।ଏଥିସହିତ ଆଗାମୀ ଜାତୀୟସ୍ତର ପ୍ରତିଯୋଗିତା ଓ ଫେଡେରେସନ କପରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ଚୟନ କରାଯାଇଛି।ଦେବଗଡ ଜିଲ୍ଲା କୁଡୋ ଏକାଡେମୀର ସଭାପତି ଅମରେଶ ଚନ୍ଦ୍ର ସ୍ବାଇଁ,ସଂପାଦକ ସୁମନ ସାହୁ,ଉପଦେଷ୍ଟା କ୍ଷମାନିଧି ସାହୁ,ପ୍ରଶିକ୍ଷକ ଅନୀଲ ବାର୍ଲାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ କୃତି ପ୍ରତିଯୋଗୀମାନଙ୍କୁ ଶୁଭେଛା ଜଣାଇଛନ୍ତି।



