ରାତି ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମୃତଦେହ

ଭୁବନେଶ୍ୱର: ବୁଧବାର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନ ୨ଟା ୩୫ରେ ଶ୍ରୀନଗରରୁ ବାହାରିବ ମୃତଦେହ । ରାତି ୯ଟା ୪୫ରେ ଦିଲ୍ଲୀରୁ ଭୁବନେଶ୍ୱର ଆସିବ ମୃତଦେହ । ଏହାପରେ ରାତି ୧୨ଟାରେ ଭୁବନେଶ୍ୱରରେ ଆସି ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଭୁବନେଶ୍ୱରରୁ ବାଲେଶ୍ୱର ନିଆଯିବ ଏବଂ ରେମୁଣା ସରଗାଁରେ କରାଯିବ ଅନ୍ତିମ ସଂସ୍କାର ।
କହିରଖୁ କି, ଜାମ୍ମୁକାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁସଂଖ୍ୟା ୨୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଓଡିଶାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମୃତ୍ୟୁ ରହିଛି। ପ୍ରଶାନ୍ତଙ୍କ ଘର ବାଲେଶ୍ୱରରରେ। ସେ ବାଲେଶ୍ୱର CIPETର ଜଣେ କର୍ମଚାରୀ। ଦୁଇଦିନ ତଳେ ସେ ତାଙ୍କ ପତ୍ନୀ ଓ ପୁଅଙ୍କ ସହ କାଶ୍ମୀର ବୁଲିବା ପାଇଁ ଯାଇଥିଲେ।

  • Related Posts

    ସେବା ସଂକଳ୍ପ ଅଭିଯାନ ପାଇଁ ସେବା ଜ୍ୟୋତି ଯାତ୍ରା

    ଦେବଗଡ଼:ସେବା ସଂକଳ୍ପ ଅଭିଯାନ ପାଇଁ ୭ ତାରିଖ ଅର୍ଥାତ ବୁଧବାର ଦିନ ସକାଳେ ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ଶୋଭାଯାତ୍ରା ପୁରୁଣାଗଡ଼ସ୍ଥିତ ଓଲଟବର ଛକ ହନୁମାନ ମନ୍ଦିର ପରିସରରୁ ସେବା ଜ୍ୟୋତି ମଶାଲ ପଦ ଯାତ୍ରା ଆରମ୍ଭ ହୋଇ…

    Continue reading
    ଗୋପପୁରରେ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ସମ୍ବଲପୁର ଜୁନିଅର ଏଫସି ଚାମ୍ପିଅନ

    ଦେବଗଡ଼:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଗୋପପୁରଠାରେ ରାଧାକୃଷ୍ଣ କ୍ଲବ ପକ୍ଷରୁ ଚାଲିଥିବା ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ୍‌ରେ ସମ୍ବଲପୁର ଜୁନିଅର ଏଫସି ଓ ବାରକୋଟ ଏଫସି ମା ରମ୍ଭାଦେବୀ ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ