ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେ ପାଇଁ ବଢ଼ିଲା ଆଗ୍ରହ, ଦୁଇ ପ୍ୟାକେଜରେ ୧୭ ବିଡ୍‌

ଭୁବନେଶ୍ୱର: ଓଡ଼ିଶା ଦ୍ବାରା ପ୍ରସ୍ତାବିତ ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ବିଡରମାନଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ପ୍ରକାଶ ପାଇଛି । ୧୬୦ କିଲୋମିଟର ଦୀର୍ଘ ଏହି ଆକ୍ସେସ୍‌ କଣ୍ଟ୍ରୋଲ୍‌ଡ ଗ୍ରୀନ୍‌ଫିଲ୍ଡ କୋଷ୍ଟାଲ ନ୍ୟାସନାଲ ହାଇୱେ ପ୍ରକଳ୍ପକୁ ଦୁଇଟି ପ୍ୟାକେଜରେ ନିର୍ମାଣ କରାଯିବ । ଉଭୟ ପ୍ୟାକେଜ ପାଇଁ ମୋଟ ୧୭ଟି ବିଡ୍‌ ଦାଖଲ ହୋଇଛି ।

ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (NHAI) ପକ୍ଷରୁ ଆହ୍ୱାନ କରାଯାଇଥିବା ବିଡ୍‌ରେ ୭୯.୪ କିଲୋମିଟର ଲମ୍ବା ରାମେଶ୍ୱର-କୋଣାର୍କ ପ୍ୟାକେଜ-୧ ପାଇଁ ୧୦ଟି ବିଡ୍‌ ମିଳିଛି । ଏହି ରାସ୍ତା ୪ ଲେନ୍‌ ବିଶିଷ୍ଟ ଆକ୍ସେସ୍‌ କଣ୍ଟ୍ରୋଲ୍‌ଡ ହାଇୱେ ହେବ । ସେହିପରି ପ୍ୟାକେଜ-୨ରେ ୮୦.୭ କିଲୋମିଟର ଦୀର୍ଘ କୋଣାର୍କ-ପାରାଦ୍ବୀପ ପାଇଁ ୭ଟି ବିଡ୍‌ ମିଳିଛି । ଏହି ରାସ୍ତା ୨ ଲେନ୍‌ ବିଶିଷ୍ଟ ହେବ ଏବଂ ଏଥିରେ ପେଭ୍‌ଡ୍‌ ସୋଲ୍ଡର ରହିବ । ପ୍ରକଳ୍ପଟି ହାଇବ୍ରିଡ୍‌ ଆନ୍ୟୁଇଟି ମୋଡ୍‌ (HAM)ରେ କାର୍ଯ୍ୟକାରୀ ହେବ ।ଏହି ନୂତନ କରିଡର୍‌ NH-16 ଓ NH-316ର ବିକଳ୍ପ ମାର୍ଗ ଭାବେ କାର୍ଯ୍ୟ କରିବ । ଏହା ପୁରୀ, କୋଣାର୍କ, ପାରାଦ୍ବୀପ ବନ୍ଦର ଏବଂ ଆଗାମୀ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ସହ ଯୋଗାଯୋଗକୁ ଅଧିକ ସୁଗମ କରିବ । ଏହା ସହ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ଭଳି ବିକାଶଶୀଳ ବନ୍ଦରଗୁଡ଼ିକୁ ମଧ୍ୟ ଦ୍ରୁତ ପରିବହନ ସୁବିଧା ମିଳିବ । ଏହି କରିଡର୍‌ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଉନ୍ନତ ସଡ଼କ ଯୋଗାଯୋଗ ସହ ଯୋଡ଼ିବ ।ବର୍ତ୍ତମାନର NH-16 ଗୋଲ୍ଡେନ୍‌ କ୍ୱାଡ୍ରିଲାଟେରାଲର ଅଂଶ ହୋଇ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ଭଳି ପ୍ରମୁଖ ସହରକୁ ସଂଯୋଗ କରୁଛି । ଅନ୍ୟପକ୍ଷରେ NH-316 ଭୁବନେଶ୍ୱରରୁ ପୁରୀ ଦେଇ ସାତପଡ଼ା ଓ କୋଣାର୍କ ଆଡ଼କୁ ବିସ୍ତାରିତ ହୋଇଛି । ବିଶେଷକରି ପୁରୀ-ସାତପଡ଼ା ଓ ପୁରୀ-କୋଣାର୍କ ରାସ୍ତାରେ ପ୍ରାୟ ୪୦% ଅଞ୍ଚଳରେ ରିବନ୍‌ ଡେଭଲପମେଣ୍ଟ ହୋଇଥିବାରୁ ସ୍ଥାନୀୟ ଯାତାୟାତ ଉପରେ ଚାପ ଅଧିକ ରହୁଛି । ଫଳରେ ଏହି ରାସ୍ତାଗୁଡ଼ିକ ଦୀର୍ଘ ଯାତ୍ରା ଓ ଉଚ୍ଚଗତିର ଯାନ ଚଳାଚଳ ପାଇଁ ଅନୁକୂଳ ହେଉନାହିଁ ।

ନୂଆ ରାମେଶ୍ୱର-ପାରାଦ୍ବୀପ କରିଡର୍‌ ଏହି ସମସ୍ୟାର ସମାଧାନ କରିବା ସହ ଦ୍ରୁତ ଆକ୍ସେସ୍‌ କଣ୍ଟ୍ରୋଲ୍‌ଡ ଯାତାୟାତର ବିକଳ୍ପ ଯୋଗାଇବ । ଏହାଦ୍ୱାରା ଇନ୍ଧନ ବ୍ୟବହାର, କାର୍ବନ୍‌ ନିର୍ଗମନ ଓ ଯାନ ପରିଚାଳନା ଖର୍ଚ୍ଚ କମିବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବା ସହ ଉପକୂଳ ଓଡ଼ିଶାରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ ବିକାଶକୁ ଏହି କୋଷ୍ଟାଲ ହାଇୱେ ନୂଆ ଗତି ଦେବ ବୋଲି ଆଶା କରାଯାଉଛି ।

  • Related Posts

    ପିୟୁସିସି ଜରିମାନା ରାଶି ହ୍ରାସ

    ଭୁବନେଶ୍ଵର : ଗାଡି ମାଲିକ ଓ ଚାଳକଙ୍କୁ ବଡ଼ ଆଶ୍ଵସ୍ତି । ପିୟୁସିସି ଜରିମାନା ରାଶି ହ୍ରାସ କଲେ ରାଜ୍ୟ ସରକାର । ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ୧୦,୦୦୦ ଜରିମାନା ରାଶିକୁ ଏବେ ହ୍ରାସ…

    Continue reading
    ଆଜି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

    ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୭.୦୦ଟା (ପାଖାପାଖି ୪.୩୦) ପର୍ଯ୍ୟନ୍ତ ସର୍ବସାଧାରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ