
ଦେବଗଡ଼:ପୌରାଚଂଳର ଭିତିରିଆ ସାହିର ଗୋପିକିଶୋର ଆସୋସିଏସନର ପକ୍ଷରୁ ଆୟୋଜିତ ହେଉଥିବା ରାହାସ ପୂଜା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସ୍ଥାନୀୟ ବସନ୍ତ ନିବାସରେ ବରିଷ୍ଠ ସଦସ୍ୟ ବିରେନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗତବର୍ଷର ଆୟ ବ୍ୟୟର ବିବରଣୀ ଉପସ୍ଥାପନା କରାଯିବା ସହ ଚଳିତ ବର୍ଷ ପୂଜା ଆୟୋଜନ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକ ପ୍ରାରମ୍ଭରେ କମିଟିର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଗୋକୁଳ ଚନ୍ଦ୍ର ଦାସଙ୍କ ଅମର ଆତ୍ମା ସଦଗତି କାମନା ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଚଳିତ ବର୍ଷ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସୁଜିତ କୁମାର ପାତ୍ର ସଭାପତି, ସୁଶାନ୍ତ ନାୟକ ଓ ଶ୍ରୀ ବାଦଲ ଦାସ ଉପସଭାପତି,ବିକାଶ ନାୟକ ସମ୍ପାଦକ, ବବଲୁ ନାୟକ ସହ ସମ୍ପାଦକ,ସନ୍ତୋଷ ବେହେରା କୋଷାଧ୍ୟକ୍ଷ, ଆଶିଷ ନାୟକ ସହ କୋଷାଧ୍ୟକ୍ଷ, ଅହିଂସା ନାୟକ,ବିଶେଷ ନାୟକ,ଦେବାନନ୍ଦ ସାହୁ ସାଂସ୍କୃତିକ ସମ୍ପାଦକ,ଅଙ୍କୁର ରଞ୍ଜନ ସ୍ୱାଇଁ,ସୁକୁମାର ସିଂ,ଯୁବରାଜ ନାୟକ ପୂଜା ମଣ୍ଡପ ଦାୟିତ୍ବ, ଆଇନ ପରାମର୍ଶଦାତା ଭାବେ ପ୍ରଦୀପ ଅମାତ,ବିକାଶ ପ୍ରଧାନ, ସର୍ବସୁଖ ଶାନ୍ତିମୟ ପ୍ରଧାନଙ୍କୁ ଚୟନ କରାଯାଇଛି।ବରିଷ୍ଠ ସଦସ୍ୟ ନୃସିଂହ ଚରଣ ସାହୁ ଧନ୍ୟବାଦ ଦେଇଥିଲେ। ବୈଠକରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।








