ରୁଷ୍ ଗସ୍ତରେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଙ୍ଗଳବାରଠାରୁ ତିନିଦିନିଆ ରୁଷ୍‌ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ସେ ୨୬ତମ ଭାରତ-ରୁଷ୍ ଆନ୍ତ ସରକାରୀ କମିସନ ବୈଠକରେ ଯୋଗ ଦେବେ। ଏହି କମିସନ ବୈଠକରେ ବାଣିଜ୍ୟ, ଅର୍ଥନୀତି, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ସାଂସ୍କୃତିକ ସମନ୍ବୟ ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ। ତେବେ ଜୟଶଙ୍କରଙ୍କ ଏହି ଗସ୍ତ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଏହା ପୂର୍ବରୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଗତ ମାସରେ ରୁଷ୍ ଗସ୍ତ କରିଥିଲେ। ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଚଳିତବର୍ଷ ଶେ​‌ଷ ଭାଗରେ ପୁଟିନ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି।

  • Related Posts

    ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍

    ‌କାବୁଲ: ଆଫଗାନିସ୍ତାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି କାର୍ୟ୍ୟକୁ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ଭାବରେ ଦେଖାଯାଉଛି। ଆକ୍ରମଣ ସମୟରେ ଆଫଗାନିସ୍ତାନ…

    Continue reading
    ସବ୍‌-ଜୋନାଲ୍‌ ମାଓ କମାଣ୍ଡର ସୁରେନ୍ଦ୍ର ଲୋହାରଙ୍କ ଆତ୍ମସମର୍ପଣ

    ବିଶ୍ରା: ମାଓବାଦୀଙ୍କ ବିରୋଧରେ ପୁଲିସଙ୍କ ନିରନ୍ତର ଅଭିଯାନର ପ୍ରଭାବ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମପି)ର ସବ୍-ଜୋନାଲ କମାଣ୍ଡର ସୁରେନ୍ଦ୍ର ଲୋହରା ଓରଫ ଟାଇଗର ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ