ରେପୋ ରେଟ୍‌ ୦.୨୫% ହ୍ରାସ

ନୂଆଦିଲ୍ଲୀ : ଦୀର୍ଘ ୫ ବର୍ଷ ପରେ ସୁଧ ହାର କମାଇଲା ରିଜର୍ଭ ବ୍ୟାଙ୍କ। ଏଥର ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ରେପୋ ରେଟ୍ ୬.୫%ରୁ ୬.୨୫%କୁ ଖସିଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି ସମୀକ୍ଷା (ଏମ୍‌ପିସି) ବୈଠକ ଆଜି ଶେଷ ହେବା ପରେ ଏନେଇ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି।

ଶେଷଥର ପାଇଁ ୨୦୨୦ ମେ’ ମାସରେ ରିଜର୍ଭ ବ୍ୟାଙ୍କ ରୋପା ହାରରେ ୦.୪୦ ପ୍ରତିଶତ ହ୍ରାସ କରି ତାହାକୁ ୪% କରିଥିଲା। ତାହାର ଲକ୍ଷ୍ୟ ଥିଲା ଦେଶର ଅର୍ଥ ବ୍ୟବସ୍ଥାକୁ ଭୋକିଡ୍‌ ମହାମାରୀ ଏବଂ ଏହାପରେ ହୋଇଥିବା ଲକ୍‌ଡାଉନ୍‌ ଭଳି ସଙ୍କଟରୁ ମୁକୁଳାଇବା। ୨୦୨୨ ମେ’ ରୁଷ-ୟୁକେନ୍‌ ଯୁଦ୍ଧ ଯୋଗୁ ରେପୋ ହାରରେ ବୃଦ୍ଧି ଧାରା ଆରମ୍ଭ ହୋଇଥିଲା। ହେଲେ ଶେଷ ଥର ପାଇଁ ୨୦୨୩ ମେ’ ମାସରେ ରେପୋ ହାରରେ ବୃଦ୍ଧି ହୋଇଥିଲା। ବର୍ତ୍ତମାନ ରେପୋ ହାର ୬.୫ ପ୍ରତିଶତ ରହିଥିଲା, ଯାହାକୁ ଆଜି ୨୫ ବେସିକ ପଏଣ୍ଟ ହ୍ରାସ୍‌ କରାଯାଇଛି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ