ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମନମୁଣ୍ଡା: ବଲାଙ୍ଗୀର-ଖୋର୍ଦ୍ଧା ରେଲୱେ ଲାଇନ୍‌ରେ ପ୍ରଥମ ମୃତ୍ୟୁ। ଶୁକ୍ରବାର ସକାଳେ ମନମୁଣ୍ଡା ଥାନା ପୁରୁଣାପାଣି ରେଳ ଷ୍ଟେସନ ପାଖ ସାନ ଡୁଙ୍ଗୁରିପାଲି ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ଗୋଡ଼ କଟି ଯାଇଛି। ମୃତକ ପୁରୁଣାପାଣି ଗ୍ରାମର ନରେନ୍ଦ୍ର ବେହେରା (୨୫ ବର୍ଷ) ବୋଲି ଜଣାପଡ଼ିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଆଇଆଇସି ଅଞ୍ଜଳି ବିଶ୍ଵାଳଙ୍କ ନିର୍ଦ୍ଦେଶରେ ମନମୁଣ୍ଡା ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପ୍ରକାଶ ଥାଉକି, କିଛି ଦିନ ତଳେ ଉକ୍ତ ରେଳ ଧାରଣାରେ ଜଣେ ନାବାଳକ ବିପଦସଙ୍କୁଳ ଅବସ୍ଥାରେ ଶୋଇଥିବା ଭିଡିଓ ଭାଇରାଲ୍ ହୋଇଥିଲା। ତା’ ଉପରେ ଟ୍ରେନ୍ ଯାଉଥିବା ଦୃଶ୍ୟ ଚାଞ୍ଚଲ୍ୟ ଖେଳାଇଥିଲା। ଏହି ଅଞ୍ଚଳରେ ପ୍ରଥମ ରେଳପଥ ହୋଇଥିବାରୁ ସଚେତନତା କାର୍ୟ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ