ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାରେ ଉକ୍ରର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନର୍ସିଂ କ୍ଷେତ୍ରରେ ଦକ୍ଷ ନେତୃତ୍ୱ ସମ୍ପର୍କିତ ବୁଧବାର ଆୟୋଜିତ ଏକ ମ୍ୟାନେଜମେଂଟ ଡେଭେଲପ୍ମେଂଟ ପ୍ରୋଗ୍ରାମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଏହା କହିଥିଲେ ।
ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ସୁରକ୍ଷା, ଦକ୍ଷତା ଓ ସେବା ମନୋଭାବ ରଖିବା ନିମନ୍ତେ ନର୍ସିଂ କ୍ଷେତ୍ରରେ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ରୋଗୀ ସେବା ନିମନ୍ତେ ନେତୃତ୍ୱ ପ୍ରଦାନ କରୁଥିବା ପ୍ରକୃତ ନର୍ସ କେବଳ ନିଜ କାର୍ଯ୍ୟ ତୁଲାଇ ନଥାଏ ବରଂ ନିଜ ନର୍ସିଂ ଟିମ୍କୁ ମଧ୍ୟ ପ୍ରୋତ୍ସାହନ ଦେବା ସହ ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥାଏ ବୋଲି ଶ୍ରୀମତି ଦାସ କହିଥିଲେ ।
ତେଣୁ ଏ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ଦକ୍ଷ ଓ ସଶକ୍ତ କରାଇବା ନିମନ୍ତେ ଏଭଳି ନେତୃତ୍ୱ ସମ୍ପର୍କିତ ପ୍ରଶିକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଏହି କ୍ଷେତ୍ରରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଛି ।
ହସ୍ପିଟାଲକୁ ରୋଗୀମାନେ କଷ୍ଟ ଓ ଯନ୍ତ୍ରଣାରେ ଆସୁଥିଲା ବେଳେ ସେମାନଙ୍କ କଷ୍ଟ ଲାଘବ କରିବା ସହ ସେମାନେଙ୍କ ମୁହଁରେ ହସ ଫୁଟାଇବା ଭଳି ମହାନ କାର୍ଯ୍ୟ ନର୍ସମାନେ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ ।
କାର୍ଯ୍ୟକ୍ରମରେ ଆଇବିସିଏସ୍ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ ।
ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟରେ ନେତୃତ୍ୱ ନେବା କ୍ଷେତ୍ରରେ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ଉଦାହରଣ ଦେଇଥିଲେ । ଦାୟିତ୍ୱ ଆଗରେ ନିଜର ବ୍ୟକ୍ତିଗତ ଆଶା ଆକାଂକ୍ଷା ଯେ ତୁଚ୍ଛ ତାହା ଶ୍ରୀରାମ ହିଁ ପ୍ରତିପାଦିତ କରିପାରିଥିଲେ ବୋଲି ପ୍ରଫେସର ଦାଶ କହିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆଇବିସିଏସ୍ର ଆସୋସିଏଟ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବି. ବି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ । ଏପରି ସୂଚନା ଦେଇଛନ୍ତି…

Leave a Reply

Your email address will not be published. Required fields are marked *

You Missed

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା