ରୋହିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କଟକ: ସରିଲା ବହୁପ୍ରତୀକ୍ଷିତ ବାରବାଟୀ ଲଢ଼େଇ । ‘ଇଣ୍ଡିଆ… ଇଣ୍ଡିଆ…’ ନାରାରେ କମ୍ପିଲା ପୂରା ଷ୍ଟାଡିୟମ । ଦର୍ଶକ ଯେଉଁ ଆଶା ରଖି ମ୍ୟାଚ ଦେଖିବାକୁ ଆସିଥିଲେ, ତାହା ହିଁ ହେଲା । ଷ୍ଟାଡିୟମରେ ହେଲା ଛକା ଚୌକାର ବର୍ଷା । ବିରାଟ ସିନା ନିରାଶ କଲେ, କିନ୍ତୁ ହିଟମ୍ୟାନ୍‌ ହିଟ୍‌ କଲେ । ଜିତିଲା ଭାରତ, ପୂରା ମ୍ୟାଚର ମଜା ନେଲେ ଦର୍ଶକ । ରୋହିତ ଶର୍ମାଙ୍କ ଶତକୀୟ ପାଳି ସହ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ୪ ଓ୍ବିକେଟରେ ବିଜୟୀ ହୋଇ ସିରିଜକୁ ନିଜ ସପକ୍ଷରେ କରିଛି ।
ଭାରତୀୟ ଦଳକୁ ବିଜୟର ଶୁଭେଚ୍ଛା ଜଣାଇବା ସହ ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ମ୍ୟାଚ ଦେଖିଥିଲେ ସିଏମ୍‌ । ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ଭେଟିଥିଲେ । କିଛି ସମୟ ରୋହିତଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,” ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ବୃହତ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଟିମ୍କୁ‌ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ବିଜୟ ହାସଲ ପାଇଁ ସମସ୍ତ ଖେଳାଳିଙ୍କ ପରିଶ୍ରମ ଏବଂ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।”
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,” ବାରବାଟୀ ଷ୍ଟାଡିୟମ ଅପେକ୍ଷା କରି ରହିଥିଲା ବହୁତ ବଡ ବିଜୟ ଦେବା ପାଇଁ । ଇଣ୍ଡିଆର ବିଜୟ ହୋଇଛି । ମୁଁ ରୋହିତ ଶର୍ମାଙ୍କ ସହ ମିଶିଲି, ସେ ଖୁସି ବ୍ୟକ୍ତ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ । ତାଙ୍କର ସେଞ୍ଜୁରି ଓଡ଼ିଶା ପାଇଁ ଖୁସି ଆଣି ଦେଇଛି । ‘ଓସିଏ’ ତରଫରୁ ସମ୍ପାଦକ ସଞ୍ଜୟ ବେହେରା ଓ ତାଙ୍କ ଟିମ୍‌, ରାଜ୍ୟ ସରକାର, ପୋଲିସ ପ୍ରଶାସନ ଓ କଟକବାସୀଙ୍କ ସହଯୋଗରେ ବହୁତ ଦିନ ପରେ ଓଡ଼ିଶାକୁ ଖୁସିର ଲହର ଆସିଛି । ମୁଁ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ମ୍ୟାଚର ମଜା ନେଲି । ମୁଁ ବି ଜଣେ କ୍ରିକେଟ୍‌ ପ୍ଲେୟର । କ୍ରିକେଟ ମାଧ୍ୟମରେ ଲୋକଙ୍କ ସହ ମିଶିବା, ଭଲ ପାଇବା, ଭଲ ବାତାବାତରଣ ଭିତରେ ଏକତା ଆଣିବା, ଓଡ଼ିଶାକୁ ଆଗକୁ ନେବା ଏସବୁ କ୍ରିକେଟ ଭିତରେ ମଧ୍ୟ ଅଛି । ଖାଲି ମ୍ୟାଚ ଦେଖିଲେ ନୁହଁ ସମସ୍ତେ ଭବ୍ୟ କ୍ରିକେଟ ମ୍ୟାଚ କରାଇଲେ । ଏହା କଟକ ବାରବାଟୀ ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା ।”

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ