ରୌପ୍ୟ ଜିତିଲେ ଶ୍ରାବଣୀ

ଗୁମି(ଦକ୍ଷିଣକୋରିଆ): ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ​‌େ​‌ର ଓଡ଼ିଆ ଧାବିକା ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଚମକିଛନ୍ତି। ଦେଶ ପାଇଁ ଶ୍ରାବଣୀ ମହିଳା ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ମହିଳା ୪ଗୁଣା ୧୦୦ ମିଟର ରିଲେରେ ଭାରତୀୟ ଦଳ ୪୩.୮୬ ସେକେଣ୍ଡରେ ଅତିକ୍ରମ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିିତିଛି। ଭାରତୀୟ ଦଳ ପକ୍ଷରୁ ଶ୍ରାବଣୀ ପ୍ରତିନିଧିତ୍ବ କରିଥିଲେ। ଶ୍ରାବଣୀଙ୍କ ସହ ରିଲେ ଦଳରେ ଏସ୍‌ଏସ ସ୍ନେହା, ରଞ୍ଜନା ଓ ନିତ୍ୟା ଘାଡ୍‌କେ ପ୍ରତିନିଧିତ୍ବ କରିଥିଲେ। ଏଥିରେ ଚୀନ୍‌କୁ ସ୍ବର୍ଣ୍ଣ ଓ ଥାଇଲାଣ୍ଡକୁ କାଂସ୍ୟ ପଦକ ମିଳିଛି। ଏସୀୟ ଦୌଡ଼କୁଦ ଚମ୍ପିଆନସିପରେ ଶ୍ରାବଣୀଙ୍କ ଏହା ଦ୍ବିତୀୟ ପଦକ। ପୂର୍ବରୁ ଶ୍ରାବଣୀ ୨୦୧୭ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନସିପର ୪ଗୁଣା ୧୦୦ମିଟର ରିଲେରେ କାଂସ୍ୟ ପଦକ ଜିତିଥିଲେ। ସେହିପରି ଓଡ଼ିଶାରୁ ଖେଳୁଥିବା ଛତିଶଗଡ଼ର ଅନିମେଶ କୁଜୁର କାଂସ୍ୟ ପଦକ ଜିିତି ରାଜ୍ୟ ପାଇଁ ଗୌରବ ସାଉଁଟିଛନ୍ତି। ପୁରୁଷ ୨୦୦ ମିଟର ଦୌଡ଼ରେ ଅନିମେଶ କୁଜୁର କାଂସ୍ୟ ପଦକ ଜିତିଛନ୍ତି। ଅନିମେଶ ୨୦୦ ମିଟର ଦୌଡ଼କୁ ୨୦.୩୨ ସେକେଣ୍ଡ​ରେ ଅତିକ୍ରମ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିିତିଛନ୍ତି। ଛତିଶଗଡ଼ର ଅନିମେଶ ଭୁବନେଶ୍ବରର ରିଲାଏନ୍ସ ଦୌଡ଼କୁଦ ଏଚ୍‌ପିସି କେନ୍ଦ୍ରରେ ପ୍ରଶିକ୍ଷଣ ହାସଲ କରୁଛନ୍ତି। ଏହି ସଫଳତା ଲାଗି ଶ୍ରାବଣୀ ଓ ଅନିମେଶଙ୍କୁ ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜି ଶ୍ରୀନିବାସ ପଟ୍ଟନାୟକ, ସମ୍ପାଦକ ଅଭିଜିତ ପାଲ ଓ କ୍ରୀଡ଼ା ସଂଗଠକ ଡ. ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ