ଲଘୁଚାପ ଆଣିବ ବଡ଼ ବର୍ଷା, ଉପକୂଳରେ ପ୍ରବଳ କାଚିବ

ଭୁବନେଶ୍ୱର; ପାର୍ବଣକୁ ପାଣିଚିଆ କରିପାରେ  ବର୍ଷା । ଏ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍‌ ଇସିଏମଡବ୍ୟୁଏଫର ତାଜା ପୂର୍ବାନୁମାନ । ଏହି ମଡେଲ୍‌ ଅନୁସାରେ ସମ୍ଭାବ୍ୟ  ଲଘୁଚାପ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ହୋଇପାରେ । ଗଭୀର ଅବପାତରୁ ସାମାନ୍ୟ  ଅଧିକ ଘନୀଭୂତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।  ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା  ଉପକୂଳ ଆଡ଼କୁ ରହିପାରେ ।  ଇସିଏମଡବ୍ଲ୍ୟଏଫ୍‌ ଆକଳନ  ଅନୁସାରେ ୧୩ ତାରିଖ ବେଳକୁ ପୂର୍ବ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ୧୪ରେ ଅବପାତ ରୂପ ନେଇପାରେ ।  ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ ।  ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା  ଉପକୂଳ ଛୁଇଁପାରେ । ସେପ୍ଟେମ୍ବର  ଶେଷ ସପ୍ତାହରେ ଆସିଥିବା ଗଭୀର  ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା  ପରେ ବେଶି ଭିତରକୁ ପ୍ରବେଶ କରିନପାରେ । ଉପକୂଳରେ ହିଁ  ଅଧିକ ପ୍ରଭାବ ରହିପାରେ ।

ବିଶେଷଜ୍ଞଙ୍କ ମତରେ ଯଦି  ଏହି ଗତିପଥ ଓ ଆକଳନ ସତ  ହୁଏ, ତେବେ ଓଡ଼ିଶାରେ ୧୪ରୁ  ବର୍ଷା ହୋଇପାରେ । ୧୮ ଯାଏଁ ବର୍ଷା  ପ୍ରକୋପ ରହିପାରେ । ଯଦି ଗଭୀର ଅବପାତ କିମ୍ବା ତା’ଠାରୁ ଅଧିକ ଘନୀଭୂତ ହୁଏ, ବର୍ଷା ପ୍ରକୋପ ଅଧିକ ରହିବ । କିନ୍ତୁ, ଏବେଠାରୁ ସ୍ପଷ୍ଟ ଭାବେ  କିଛି କହି ହେବନି । କାରଣ ଏଯାଏଁ ଘୂଣ୍ଣି ର୍ବଳୟ ସୃଷ୍ଟି ହୋଇନାହିଁ । ମେଘ ଖଣ୍ଡ ଗଠନ ହୋଇନାହିଁ । ତେଣୁ ୮/୧୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ । ଯଦି ଏହା ୧୬ କିମ୍ବା  ପୂର୍ବରୁ ସ୍ଥଳଭାଗ ଛୁଇଁବ, ତେବେ ଦୁର୍ଗାପୂଜାର ନବମୀ, ଦଶମୀକୁ ପାଗ ଫିଟିପାରେ ।  କିନ୍ତୁ, ବିଳମ୍ବ ହେଲେ ଦଶହରାକୁ ଭିଜାଇପାରେ ।  ଅକ୍ଟୋବର ମାସରେ ଆଣ୍ଡାମାନ  ସାଗର ପଟୁ ଏହି ଲଘୁଚାପ ଆସିବା ସମ୍ଭାବନା ଥିବାରୁ ଅନେକ ଆଶଙ୍କା ରହୁଛି ।  ଏପଟେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି । ମଙ୍ଗଳବାର ୧୫ ସହରରେ  ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଟପିଛି । ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ  ୩୬.୭ ଡିଗ୍ରୀ ଥିଲା । ଏଠାରେ ତାତି ସ୍ୱାଭାବିକଠାରୁ ୪.୧ ଡିଗ୍ରୀ ଅଧିକ ରହିଥିଲା ।  ଢେଙ୍କାନାଳରେ ୩୬.୩ ଡିଗ୍ରୀ ଓ ପୁରୀ, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ  ରେକର୍ଡ ହୋଇଛି । ସ୍ୱାଭାବିକ ଗରମରେ ଲୋକେ ନାକେଦମ ହୋଇଛନ୍ତି ।

ଅନ୍ୟ  ସହର ମଧ୍ୟରେ ଅନୁଗୁଳରେ ତାପମାତ୍ରା ୩୫.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୫.୫,  ସୋନପୁରରେ ୩୫.୩, ଛତ୍ରପୁରରେ ୩୫.୨, ତାଳଚେରରେ ୩୫.୨ ଡିଗ୍ରୀ ରେକର୍ଡ  ହୋଇଛି । ପୁରୀରେ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି ।  ଅନୁଗୁଳରେ ସ୍ୱାଭାବିକଠାରୁ ୨.୬, ଟିଟିଲାଗଡ଼ରେ ୧.୪ଡିଗ୍ରୀ ଅଧିକ ରହିଥିଲା । ଆଜି ଓ ଗୁରୁବାର ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବୁଧବାର  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼,  କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଗୁରୁବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି । ଅନୁମାନ କରାଯାଉଛି, ଏବେ ଖରା ପ୍ରକୋପ ସାମାନ୍ୟ କମିପାରେ ।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ