ଲାଲକିଲା ବିସ୍ଫୋରଣ: ଭୟରେ ଆଗୁଆ ବିସ୍ଫୋରଣ ଘଟାଇଥିଲା ସନ୍ଦିଗ୍ଧ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲାରେ ଘଟିଥିବା ବିସ୍ଫୋରଣ ଏକ ଆତ୍ମଘାତୀ ବିସ୍ଫୋରଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସନ୍ଦିଗ୍ଧ ଜଣଙ୍କ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଯୋଜନାରେ ଆସି ନଥିଲା। କାରଣ ଏହା ନିର୍ଦ୍ଧିଷ୍ଟ ସ୍ଥାନକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇ ନଥିଲା। ଯୋଜନାବଦ୍ଧ ଭାବେ ବିସ୍ଫୋରଣ ଘଟାଇଥିଲେ ଅଧିକ ସଂଖ୍ୟକ ଲୋକ ମୃତ ଓ ଆହତ ହୋଇଥାନ୍ତେ। ତଦନ୍ତକାରୀ ଏଜେନ୍ସିର ସୂତ୍ରକୁ ଆଧାର କରି ପ୍ରକାଶିତ ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ଜଣଙ୍କ ନିଯୋଜା ପୂର୍ବରୁ ଆଗୁଆ ବିସ୍ଫୋରଣ ଘଟାଇଥିଲା। କାରଣ ଶନିବାର ଓ ରବିବାର ହରିୟାଣାର ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଥିଲା।
ଫରିଦାବାଦ, ଉତ୍ତରପ୍ରଦେଶ ସାହରଣପୁର ଓ ଜାମ୍ମୁ-କାଶ୍ମୀରର ପୁଲୱାମାରୁ ୪ଜଣ ଡାକ୍ତରଙ୍କୁ ୪ଦିନ ମଧ୍ୟରେ ଗିରଫ କରାଯାଇଥିଲା। ଏହି ଡାକ୍ତରମାନେ ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କକୁ ଚଳାଇବା ସହିତ ଆକ୍ରମଣ ପାଇଁ ଯୋଜନା କରିଥିଲେ। ସେମାନଙ୍କ ଠାରୁ ପ୍ରାୟ ୨୯୦୦ କିଲୋ ବିସ୍ଫୋରକ ଓ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଗିରଫ ଡାକ୍ତରଙ୍କ ମଧ୍ୟରୁ ଦୁଇଜଣ ମଜାମିଲ୍‌ ସକିଲ ଓ ମହିଳା ଡାକ୍ତର ସାହିନ ସାହିଦ ଫରିଦାବାଦସ୍ଥିତ ଅଲ୍‌ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ୟ୍ୟ କରୁଥିଲେ। ଲାଲକିଲା ବିସ୍ଫୋରଣର ସନ୍ଦିଗ୍ଧ ଡାକ୍ତର ଉମର ମହମ୍ମଦ ନବୀ ମଧ୍ୟ ଅଲ ପଲାହ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଥିଲା।

ମୁଜାମିଲ ସକିଲ ଓ ସାହିନ ସାହିଦଙ୍କୁ ପୁଲିସ ଗିରଫ କରିବା ପରେ ଉମର ମହମ୍ମଦ ଭୟଭୀତ ହୋଇପଡିଥିଲା। ତାକୁ ପୁଲିସ ଗିରଫ କରିବା ନେଇ ଆଶଙ୍କା ପ୍ରକାଶ କରିଥିଲା। ଏପରି ଆଶଙ୍କା ମଧ୍ୟରେ ସକିଲ ଏହାର ଯୋଜନାକୁ ଆଗୁଆ କାର୍ୟ୍ୟକାରୀ କରିବା ପୂର୍ବକ କାର୍ ବିସ୍ଫୋରଣ ଘଟାଇଥିବା ପ୍ରାଥମିକ ଭାବେ କୁହାଯାଇଛି। ସକିଲ ଯଦି ଯୋଜନାବଦ୍ଧ ଭାବେ ବିସ୍ଫୋରଣ ଘଟାଇବାକୁ ଆସିଥାନ୍ତା ତେବେ ସେ ବିସ୍ପୋରଣ ସହିତ ସାର୍ପନେଲ (ଧାରୁଆ ଜିନିଷ) ଖଞ୍ଜିଥାନ୍ତା।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ