ଅନୁଗୋଳ,16।09: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଟ୍ରମା କେୟାର ୟୁନିଟ୍ର ଲିଫ୍ଟରେ ଜଣେ ରୋଗୀ ୩ଘଣ୍ଟା ଫସି ରହିଥିବା ଜଣାପଡିଛି। ରବିବାର ଅପରାହ୍ଣ ୫ଟାରେ ଟ୍ରମା କେୟାର ହସ୍ପିଟାଲ ନୂତନ ଗୃହ ଲିଫ୍ଟରେ ଜଣେ ରୋଗୀ ପ୍ରଥମ ମହଲାକୁ ଯିବାବେଳେ ଲିଫ୍ଟଟି ହଠାତ ବନ୍ଦ ହୋଇଯାଇଥିଲା। ଯାହାଫଳରେ ରୋଗୀ ଜଣକ ଲିଫ୍ଟ ମଧ୍ୟରେ ରହିଯାଇଥିଲେ। ଲିଫ୍ଟରୁ ବାହାରିବା ପାଇଁ ଚିତ୍କାର କରିଥିଲେ ମଧ୍ୟ ବାହାରକୁ ଶୁଭିନଥିଲା। ତାଙ୍କର ମୋବାଇଲ ଫୋନ୍ ନେଟୱର୍କ ପାଇନଥିଲା। ୩ଘଣ୍ଟା ଧରି ଲିଫ୍ଟରେ ଅଟକି ରହିବା ପରେ ଜଣେ ବନ୍ଧୁଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇପାରିଥିଲା। ସେ ବନ୍ଧୁ ଜଣକ ଆସିବା ପରେ ତାଙ୍କୁ ଲିଫ୍ଟ ଭିତରୁ ଉଦ୍ଧାର କରାଯାଇଥିଲା। ଟ୍ରମାକେୟାର ବହିର୍ବିଭାଗ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯାଇଥାଏ। ସମ୍ପୃକ୍ତ ରୋଗୀ ଏହା ଜାଣିପାରିନଥିଲେ। ଲିଫ୍ଟରେ ପ୍ରଥମ ମହଲାକୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଯିବା ସମୟରେ ଲାଇନ୍ ମ୍ୟାନ ଲିଫ୍ଟ ବନ୍ଦ୍ କରିଥିଲେ। ଲିଫ୍ଟ ବନ୍ଦ ହୋଇିଯବାରୁ ସେ ସେଥିରେ ଅଟକି ରହିଯାଇଥିଲେ।
ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ଦେବଗଡ଼:ଦେବଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ସଙ୍କୁଳ ପ୍ରମୁଖ ସଦାନନ୍ଦ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ତିଲେଇବଣି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ ମୁଖ୍ୟଅତିଥି, ଜିଲ୍ଲା ପ୍ରମୁଖ…




