
ଭୁବନେଶ୍ୱର: ଦେଶ ପାଳୁଛି ୭୯ତମ ସ୍ୱଧୀନତା ଦିବସ। ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବମୁଖର। ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ବରିଷ୍ଠ ବିଜେଡ଼ି ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଜେଡ଼ିକର୍ମୀମାନେ ସମୁହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ବିଜେଡି ଉପସଭାପତି ତଥା ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଆଜି ପତାକା ଉତ୍ତୋଳନ କରିଛନ୍ତି। ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ପ୍ରତାପ ଜେନା, ବିଧାୟକ ସୁଶାନ୍ତ ରାଉତ ,ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ଶତାଧିକା ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ବୋଲି ନେତାମାନେ ମତ ରଖିଥିଲେ ।




