ଶପଥ ନେଲେ ବ୍ରଜମୋହନ ରାମ

ଭୁବନେଶ୍ୱର:ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।ଏହି ଶପଥ ଗ୍ରହଣ ସମାରୋହ ରାଜ୍ୟର ସାମ୍ବିଧାନିକ ପରମ୍ପରା ଅନୁଯାୟୀ ଆୟୋଜିତ ହୋଇଥିଲା। ନବନିଯୁକ୍ତ ରାଜ୍ୟପାଳଙ୍କ ଶପଥ ଗ୍ରହଣ ସହ ରାଜ୍ୟରେ ତାଙ୍କର ନୂତନ ଦାୟିତ୍ୱ ଆରମ୍ଭ ହୋଇଛି।

ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ବପାଟିଙ୍କ ସ୍ଥାନ ନେବେ। ଗତ ସୋମବାର ରାଷ୍ଟ୍ରପତି ଭବନରୁ ବାହାରିଥିବା ବିଜ୍ଞପ୍ତି ଅନୁଯାୟୀ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । କେରଳମ୍‌ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସିକିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍‌ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ ସିଂହ ବିଶେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଶ୍ୟନ ଗୌତମଙ୍କୁ ସିକିମ୍‌ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜ ମୋହନ ରାମ ପୂର୍ବରୁ ଝାଡଖଣ୍ଡ ପାଲାମୁରୁ ଏମପି ଥିଲେ । ବର୍ତ୍ତମାନ ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ୱରେ ଅଛନ୍ତି । ବର୍ତ୍ତମାନ ରାଜ୍ୟପାଳ ହରିବାବୁ କମ୍ବପଟି ୨୦୨୫ ମସିହା ଜାନୁୟରୀ ମାସରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ ।

  • Related Posts

    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading
    ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ

    ଦେବଗଡ଼:ଦେବଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ସଂପାଦକ ତ୍ରିବିକ୍ରମ ଶତପଥି ମୁଖ୍ୟଅତିଥି, ସମ୍ବଲପୁର ବିଭାଗ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମୁଖ୍ୟବକ୍ତା ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି