ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ

କେନ୍ଦ୍ରାପଡ଼: ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ ଦଳ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକଙ୍କୁ ଅଣଦେଖା କରିଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏପରି ଅଭିଯୋଗ ଆଣିବା ପରେ ଦଳୀୟ କର୍ମକର୍ତ୍ତା ଏହାର ଭିଡିଓକୁ ଭାଇରାଲ କରିଛନ୍ତି। ଫଳରେ ବାତ୍ୟାର କ୍ଷୟକ୍ଷତି ଏବେ ରାଜନୀତି ସମୀକରଣରେ ଚାଲିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ଗତ ଗୁରୁବାର ମଧ୍ୟରାତ୍ରି ଓ ଶୁକ୍ରବାର ସକାଳ ପର୍ୟ୍ୟନ୍ତ ସାମୁଦ୍ରିକ ଝଡ଼ ‘ଦାନା’ କେନ୍ଦ୍ରାପଡ଼ା ଜିଲାର ହାବେଳିଖଟିଠାରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହି ସ୍ଥାନରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବ ଆକଳନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଗୁରୁବାର କେନ୍ଦ୍ରାପଡ଼ାରେ ପହଞ୍ଚତ୍ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ। ଏଥିସହ ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ। ଜିଲାପାଳଙ୍କ କାର୍ୟ୍ୟାଳୟଠାରେ ଆୟୋଜିତ ଏହି ବୈଠକରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଭାଜପାର ଜିଲା କର୍ମକର୍ତ୍ତା ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କ ଏହି ଗସ୍ତ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଥିଲା ବୋଲି  କେନ୍ଦ୍ରାପଡ଼ା ବିଧାୟକ ବେହେରା ଗରାପୁରସ୍ଥ ନିଜ ଘରେ ଏକ ଖବରଦାତା ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲାକୁ ଜଣେ ଲେଖାଏ ମନ୍ତ୍ରୀଙ୍କୁ ପଠାଯାଇଥିବାରୁ ଏହି ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କ ଗସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ