ଶୀତଦିନେ କେମିତି ନେବେ କେଶର ଯତ୍ନ !

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ…

-କେଶକୁ ହେଲ୍‌ଦି ରଖିବା ପାଇଁ ହେଲେ ବାଲାନ୍ସ ଡାଏଟ୍‌ ସହ ନ୍ୟୁଟ୍ରିସନ୍‌ ସପ୍ଲିମେଣ୍ଟ ମଧ୍ୟ ଆବଶ୍ୟକ। ଭିଟାମିନ୍‌ ଏ କେଶ ମୂଳକୁ ମଶ୍ଚରାଇଜ୍‌ କରି ରଖିଥାଏ। ତେଣୁ ଗାଜର, ପାଳଙ୍ଗ ଓ ଶାକରକନ୍ଦ ଆଦି କେଶ ପାଇଁ ବହୁତ ଭଲ। ଲେମ୍ବୁ, କମଳା ଆଦି ଖଟା ଫଳରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଥାଏ, ଯାହା କେଶକୁ ମଜଭୁତ କରେ। ତେଣୁ ବିଭିନ୍ନ ପ୍ରକାର ସବୁଜ ପନିପରିବା ଓ ଫଳ ଅଧିକ ଖାଆନ୍ତୁ।
-ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ ମାଲିସ କରନ୍ତୁ। ଭୃଙ୍ଗରାଜ, ଅଁଳା, ବ୍ରାହ୍ମି ଓ ରାଇସ୍‌ ବ୍ରାନ୍‌ ତେଲ କେଶରେ ଲଗାଇପାରିବେ। ଟ୍ରି ଟ୍ରି, ରୋଜ୍‌ମେରୀ ଭଳି ତେଲକୁ ନଡ଼ିଆତେଲ କିମ୍ବା ଅନ୍ୟ ତେଲରେ ମିଶାଇ ଲଗାନ୍ତୁ।
-ସପ୍ତାହକୁ ଥରେ ଡିପ୍‌ କଣ୍ଡିସନିଂ ଟ୍ରିଟ୍‌ମେଣ୍ଟ କରନ୍ତୁ। ରୂପି ଦୂରକରିବା ପାଇଁ ଆଣ୍ଟି ଡାନ୍‌ଡ୍ରପ୍‌ ହେୟାର ମାସ୍କ ଲଗାନ୍ତୁ। କେଶ ଅଧିକ ଝଡୁଥିଲେ କେଶ ମୂଳରେ ନିୟମିତ ମାଲିସ୍‌ କରନ୍ତୁ।
-କେଶ ଅଧିକ ରୁକ୍ଷ ଓ ଖରାପ ହୋଇଗଲେ ହେୟାର ମାସ୍କ ନିଶ୍ଚୟ ଲଗାନ୍ତୁ। ଏହା କେଶକୁ ପୋଷଣ ଦେବା ସହ କେଶ ଝଡ଼ିବା ରୋକିଥାଏ।
-ଶୀତଦିନେ ଅଧିକ ଥର ଶାମ୍ପୁ କରନ୍ତୁ ନାହିଁ। ଏହାଦ୍ୱାରା କେଶର ପ୍ରାକୃତିକ କୋମଳତା କମିଯାଇଥାଏ। କେଶର ଆବଶ୍ୟକତା ଅନୁସାରେ ସପ୍ତାହକୁ ଥରେ କିମ୍ବା ୨ଥର ଧୁଅନ୍ତୁ। ଶାମ୍ପୁ କରିବା ପରେ କଣ୍ଡିସନିଂ ନିଶ୍ଚୟ କରନ୍ତୁ।
-ଅତ୍ୟଧିକ ଥଣ୍ଡା ପ୍ରଭାବରେ କେଶ ଅଧିକ ଶୁଷ୍କ ହୋଇଯାଏ। ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ କେଶକୁ ଭଲଭାବେ ଘୋଡ଼ାଇ ବାହାରକୁ ଯାଆନ୍ତୁ। ଏହାଦ୍ୱାରା କେଶ ମୁଲାୟମ ଓ ସୁସ୍ଥ ରହେ।
ଶୀତଦିନେ ଗରମ ପାଣିରେ ସ୍ନାନ କରିବାକୁ ଭଲଲାଗେ,
-କିନ୍ତୁ ଏହା କେଶ ପାଇଁ କ୍ଷତିକାରକ। ଗରମ ପାଣି ପ୍ରଭାବରେ କେଶର ପ୍ରାକୃତିକ ତୈଳ ଅଂଶ ନଷ୍ଟ ହୋଇଯାଏ। ଫଳରେ କେଶ ରୁକ୍ଷ ଓ ଖରାପ ଦେଖାଯାଏ। ତେଣୁ କେଶକୁ ଅଳ୍ପ ଉଷୁମପାଣିରେ ଧୁଅନ୍ତୁ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ