ଶ୍ରୀମନ୍ଦିର ହୁଣ୍ଡିରୁ ଦାନସୂତ୍ରରେ ମିଳିଛି ୧୦ଲକ୍ଷ ୯୪ହଜାର ୭୪ଟଙ୍କା

ପୁରୀ : ବର୍ଷର ପ୍ରଥମ ଦିନ ଅର୍ଥାତ ବୁଧବାର ଶ୍ରୀମନ୍ଦିର ହୁଣ୍ଡିରୁ ୧୦ଲକ୍ଷ ୯୪ହଜାର ୭୪ଟଙ୍କା ଦାନସୂତ୍ରରେ ମିଳିଛି। ଗତ ବର୍ଷ ଅକ୍ଟୋବର ୮ରେ ଶ୍ରୀମନ୍ଦିର ହୁଣ୍ଡିରୁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ସର୍ବାଧିକ ୯ଲକ୍ଷ ୬୬ହଜାର ୪୮୦ଟଙ୍କା ଦାନ ସୂତ୍ରରେ ମିଳିଥିଲା। ସେହିଭଳି ଗତ ବର୍ଷ କାର୍ତ୍ତିକ ମାସ ୨୨ଦିନ ମଧ୍ୟରେ ୧କୋଟି ୧୨ଲକ୍ଷ ୭୧ହଜାର ୩୦୭ଟଙ୍କା ଦାନ ସୂତ୍ରରେ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଥିଲା। ୨୦୨୧ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ୧ଶହ ୧୩କୋଟି ୨ଲକ୍ଷ ୫୫ହଜାର ୮୮୯ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି। ୨୦୨୧-୨୨ରେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ୮କୋଟି ୨୩ଲକ୍ଷ ୧୩ହଜାର ୧୨୭ଟଙ୍କା ମିଳିଥିବା ବେଳେ ୨୦୨୨-୨୩ରେ ୧୫କୋଟି ୪୬ଲକ୍ଷ ୧୭ହଜାର ୧୫୨ ଏବଂ ୨୦୨୩-୨୪ରେ ୧୬କୋଟି ୯୨ଲକ୍ଷ ୩୬ହଜାର ୯୭୪ ଟଙ୍କା ମିଳିଥିଲା। ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଶ୍ରୀଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ରେ ୬କୋଟି ୮୩ଲକ୍ଷ ୩୧ହଜାର ୯୬୧ଟଙ୍କା ମିଳିଥିବା ବେଳେ ୨୦୨୨-୨୩ରେ ୩୦କୋଟି ୭୨ଲକ୍ଷ ୨୭ହଜାର ୨୧୬ଟଙ୍କା ମିଳିଥିଲା। ବର୍ଷ ୨୦୨୩-୨୪ରେ ୨୨କୋଟି୨୪ଲକ୍ଷ ୩୯ହଜାର ୯୧୮ଟଙ୍କା ମିଳିଛି। ଅନ୍ୟାନ୍ୟ ସୂତ୍ରରୁ ମହାପ୍ରଭୁଙ୍କୁ ୨୦୨୧-୨୨ରେ ୨କୋଟି ୨୫ଲକ୍ଷ ୪୯୬ଟଙ୍କା ମିଳିଥିବା ବେଳେ ୨୦୨୨-୨୩ରେ ୪କୋଟି ୬୨ଲକ୍ଷ ୩୪୩ଟଙ୍କା ଏବଂ ୨୦୨୩-୨୪ରେ ୫କୋଟି ୭୩ଲକ୍ଷ ୫୬ହଜାର ୭୦୧ଟଙ୍କା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଥାଳି ରଖାଯାଉଛି। ଯାହାକୁ ୨୦୧୯ ମସିହାରେ ସର୍ବୋଚ୍ଚ ଅଦାଲତ ବେଆଇନ ଦର୍ଶାଇ ତୁରନ୍ତ ଥାଳି ଏବଂ ଗରା ଉଠାଇ ଦେବାକୁ ନିର୍ଦେଶ ଦେଇସାରିଛନ୍ତି। ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ହେବା ପରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଥାଳି ଉଠାଯାଇ ହୁଣ୍ଡି ସ୍ଥାପନ କରାଯିବ। ଶ୍ରୀମନ୍ଦିରର କେଉଁ ସ୍ଥାନରେ ହୁଣ୍ଡି ସ୍ଥାପନ କରାଯିବ, ସେନେଇ ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ