ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି

ପୁରୀ: ଶନିବାର ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ । ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ ହେବେ । ତିନି ବିଗ୍ରହଙ୍କ ପୂଜାବିଧି ଅନୁଷ୍ଠିତ ହେବ । ଡମ୍ବରୁ ଉପରେ ଠାକୁରେ ବିଜେ ହେବେ । ଏହାପରେ ବିଜୁଳି କନ୍ୟା ନୀତି ହେବ । ଭଣ୍ଡାରଘରୁ ଦୁର୍ଗାଦେବୀଙ୍କୁ ଅଣାଯାଇ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ଦିଆଯିବ । ଜଗମୋହନ ଆଗରେ ଖଟୁଲି ଉପରେ ବିଜେ ହେବେ ଦେବୀ । ସେଠାରେ ଯଥାବିଧି ନୀତି ହୋଇ ଠାକୁରାଣୀ ଭଣ୍ଡାର ଘରକୁ ବାହୁଡ଼ା ବିଜେ କରିବେ । ଲକ୍ଷ୍ମୀମନ୍ଦିର ଜଗମୋହନରେ ମଧ୍ୟ ଏହି ଦିନର ସ୍ୱତନ୍ତ୍ର ନୀତି ରହିଛି ।
ଶୁକ୍ରବାର ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଦେବକୀଙ୍କ ରୂପେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥିଲେ । ରାତିରେ ଠାକୁରେ ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇ ବେଶ ବଢ଼ିଥିଲା । ପରେ ଧୋ ପଖାଳ ନୀତି ହୋଇ ପୂଜା ଠା ହୋଇଥିଲା । ଏକ ରୁପା ପଦ୍ମ ପାଖୁଡ଼ାର ମଣ୍ଡଳ ଉପର ପାଖୁଡ଼ାମାନଙ୍କରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଓ କୃଷ୍ଣଙ୍କ ନାମ ଲେଖାଯାଇଥିଲା । ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ସିଂହାସନ ଉପରେ ବିଜେ କରାଯାଇଥିଲା । ୨ଜଣ ସେବକ ଲୁଗା ଘୋଡ଼ିହୋଇ ଦେବକୀ ଓ ବସୁଦେବଙ୍କ ବେଶ ଧାରଣ କରି ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ ହୋଇଥିଲା ।

ରାତିରେ ଶ୍ରୀକୃଷ୍ଣ ଜନ୍ମ ନୀତି ଅବସରରେ ପୌରାଣିକ କଥାବସ୍ତୁକୁ ଆଧାର କରି ବଡ଼ଦେଉଳରେ ଉଛୁଳୁଥିଲା ଯମୁନା ନଦୀ । ବସୁଦେବ ପ୍ରଭୁଙ୍କୁ ମୁଣ୍ଡାଇ ନଦୀ ପାର ହେବା ପୂର୍ବରୁ ବାଟ ଓଗାଳିଥିଲେ ଉଗ୍ରସେନ । ସେଠାରେ ଠାକୁରେ ଉଗ୍ରସେନଙ୍କୁ ଦର୍ଶନ ଦେଇଥିଲେ । ବ୍ୟକ୍ତିଗତ ସେବା ଭାବେ ନାରାୟଣ ମହାପାତ୍ର ଉଗ୍ରସେନଙ୍କ ନୀତି କରିଥିଲେ । ପୁତ୍ର ସନ୍ତାନର ବାର୍ତ୍ତା ନନ୍ଦ ରାଜାଙ୍କ ନିକଟରେ ପହଞ୍ଚାଇଥିଲେ ଭରତିଆ ଗଉଡ଼ । ବିମଳାଙ୍କ ମନ୍ଦିରଠାରୁ ଲକ୍ଷ୍ମୀ ମନ୍ଦିର ପର୍ଯ୍ୟନ୍ତ ପାଲଟିଥିଲା ଯମୁନା ନଦୀ । ପାଳିଆ ସେବକମାନେ ପୌରାଣିକ ଚରିତ୍ରରେ ଠାକୁରଙ୍କ ସେବା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ଦ୍ୱାର ପୁଷ୍ପବିମଣ୍ଡିତ ହୋଇଥିଲା । ସେଥିରେ ଏକ ବଂଶୀର ସାଜ ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । ଏଥିସହ ଆଜି ମହାପ୍ରଭୁଙ୍କ ରୋହିଣୀ ବୃଷ ନକ୍ଷେତ୍ର ନୀତି ହୋଇଥିଲା

  • Related Posts

    ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ

    ଭୁବନେଶ୍ୱର/ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଆର ଆଣ୍ଡ ବି(ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ…

    Continue reading
    ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

    ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ