ଶ୍ରୀମେଟାଲିକ୍ସ କାରଖାନାରେ ଦୁର୍ଘଟଣା, ୩ ଶ୍ରମିକ ମୃତ

ଅନୁଗୁଳ : ଅନୁଗୁଳଶ୍ରୀମେଟାଲିକ୍ସ କାରଖାନାରେ ଅଘଟଣ। ମେଣ୍ଟେନାନ୍ସ ବେଳେ ଦୁର୍ଘଟଣା ଘଟି ୩ ଶ୍ରମିକଙ୍କ ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ତିନିଜଣ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ୩୭ବର୍ଷୀୟ ଶ୍ରୀଧର ବେଗୁନ ଓ ୩୭ବର୍ଷୀୟ ମଣ୍ଟୁ କମାର, ଅନ୍ୟ ଜଣେ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ୪୦ବର୍ଷୀୟ ମଙ୍ଗଳ ମାଝୀ । ଗତକାଲି ଏହି ଶ୍ରମିକମାନେ ମେଣ୍ଟେନାନ୍ସ କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଅଞ୍ଚଳରେ ୬ଜଣ ଶ୍ରମିକ କାମ କରୁଥିଲେ । ତେବେ ଅନ୍ୟ ୩ଜଣ ସୁରକ୍ଷିତ ଥିବା ସୂଚନା ମିଳିଛି।

ଗତକାଲି ସନ୍ଧ୍ୟାରେ କାରଖାନାରେ ଦୁର୍ଘଟଣା ଘଟିଥିଲା। ବିଳମ୍ବିତ ରାତିରେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତରଙ୍କୁ କଟକ ମେଡିକାଲ ନାଁରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀମେଟାଲିକ କାରଖାନାରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ଏଡାଇବା ପାଇଁ ହିନ୍ଦୋଳ ଥାନା ଅଧିକାରୀ ଅନୁଗୁଳ ନିଶା ଥାନା ଅଧିକାରୀଙ୍କୁ ଖବର ଦେଲା ପରେ ଖବର ସାମ୍ନାକୁ ଆସିଛି।

  • Related Posts

    ମେଟ୍ରୋ ବଦଳରେ ଗଡ଼ିବ ବସ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading
    ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ନାହିଁ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ