ସଂତୃପ୍ତ ମିଶ୍ର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟସଭା ପାର୍ଥି ସଂତୃପ୍ତ ମିଶ୍ର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର “Biju Naveen Inspirational Foundation” ବିଷୟରେ କିଛି ତଥ୍ୟ ଦେଇନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଶ୍ରୀ ମିଶ୍ର Biju Naveen Inspirational Foundation ର ସମ୍ପାଦକ ଅଛନ୍ତି । ଯଦି ଏହା ସତ୍ୟ ହୋଇଥାଏ ଏବଂ ଶ୍ରୀ ମିଶ୍ର ଏହାକୁ ଲୁଚାଇଥିବେ ତାହେଲେ ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବ ଏବେ ସଙ୍କଟରେ । ଯଦି ବି ସେ ଜିତନ୍ତି ତାହେଲେ ବି ତାଙ୍କ ପଦ ଚାଲିଯିବ ।

ନିର୍ବାଚନ ସତ୍ୟପାଠରେ ବ୍ୟାଙ୍କ, ସମ୍ପତ୍ତି, ଅପରାଧିକ ମାମଲା ସହିତ NGO, Trust ବିଷୟରେ ମଧ୍ୟ ତଥ୍ୟ ଦେବା ବାଧ୍ୟତାମୂଳକ । ଏନେଇ ସଂତୃପ୍ତ ମିଶ୍ର ସ୍ପଷ୍ଟୀକରଣ ଦେବା ଆବଶ୍ୟଳ । ସେ କାହିଁକି ସେହି ଟ୍ରଷ୍ଟ ବିଷୟରେ ତଥ୍ୟ ଲୁଚାଇବା ପାଇଁ ଚାହୁଁଥିଲେ ଏବଂ କଣ ଏହା ପଛର ଉଦ୍ଦେଶ୍ୟ? ବୋଲି ପ୍ରଶ୍ନ କରିଛନ୍ତି ଅନିଲ।

Representation of the People Act, 1951 2 Section 125A ଅନୁସାରେ ଯଦି ନିର୍ବାଚନ ସତ୍ୟପାଠରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥାନ୍ତି ବା ତଥ୍ୟ ଲୁଚାଇଥାନ୍ତି ତାହେଲେ ତାଙ୍କ ନାମାଙ୍କନ ପତ୍ର ନାକଚ ହେବ ଏବଂ ଏହାକୁ ଅଦାଲତରେ ମାମଲା କରାଯାଇ ପାରିବ I ଦୋଷ ପ୍ରମାଣିତ ହେଲେ ପଦ ଚାଲିଯିବା ସହିତ 6 ମାସର ଜେଲ ଦଣ୍ଡ ପ୍ରାବଧାନ ରହିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ