ସଂସଦରେ ଉଠିଲା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି।ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର କେନ୍ଦ୍ରୀୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଲ କିଶୋରଙ୍କୁ ପଚାରିଛନ୍ତି, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ହେଲା କି ଅର୍ନିଦ୍ଦିଷ୍ଟ କାଳ ପାଇଁ ଅଟକି ରହିଛି ବୋଲି ଯେଉଁ ଖବର ଆସୁଛି, ତାହା ସରକାରଙ୍କ ଜ୍ଞାତସାରରେ ଅଛି କି?ସମ୍ବିତ ପାତ୍ର ମେଟ୍ରୋ ପ୍ରକଳ୍ପର ପ୍ରାଥମିକ ସମ୍ଭାବ୍ୟତା ଅଧ୍ୟୟନ, ଯାତ୍ରୀ ପରିବହନ ଆକଳନ ଓ ଏହାର ସାମ୍ପ୍ରତିକ ସମୀକ୍ଷା ବିଷୟରେ ମଧ୍ୟ ପଚାରିଛନ୍ତି। ସେ ଜାଣିବାକୁ ଚାହିଁଛନ୍ତି ଯେ ଓଡ଼ିଶା ସରକାର ପ୍ରକଳ୍ପର ଖର୍ଚ୍ଚ କିମ୍ବା ପରିଧିରେ କୌଣସି ପରିବର୍ତ୍ତନ ପାଇଁ ନୂଆ ପ୍ରସ୍ତାବ ଦେଇଛନ୍ତି କି? ଭୁବନେଶ୍ୱର ଏକ ଦ୍ରୁତ ବିକାଶଶୀଳ ଟାୟାର-୨ ସହର ହେଉଛି, ତେବେ ଏହି ପ୍ରକଳ୍ପ ଅନୁମୋଦନ କାହିଁକି ମିଳିନାହିଁ କିମ୍ବା ଅଟକି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ମନ୍ତ୍ରୀ କୌଶଲ କିଶୋର ଉତ୍ତରରେ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପ ବଡ଼ ବଜେଟ। ଏହା ୨୦୧୭ ମେଟ୍ରୋ ରେଳ ନୀତି ଅନୁଯାୟୀ ଦୀର୍ଘକାଳୀନ ସ୍ଥିରତା ଓ ଦକ୍ଷତା ପାଇଁ ଯୋଜନା କରାଯାଏ। ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରର ଅନୁମୋଦନ ବା ଆର୍ଥିକ ସହାୟତା ବିନା ପ୍ରକଳ୍ପ ଆଗେଇ ନେଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ ସେମାନେ ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟକୁ ସ୍ଥାୟିତ୍ୱ ଓ ଭବିଷ୍ୟତ ସହରର ଆବଶ୍ୟକତା ପୂରଣ ପାଇଁ ପୁନର୍ଗଠନ କରୁଛନ୍ତି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ