ସଡ଼କ ଦୁର୍ଘଟଣା: ଝିଅ ପରେ ଆଖି ବୁଜିଲେ ମା’

ଭୁବନେଶ୍ବର: ଦିନକ ତଳେ ୮ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି ମା’ । ମୃତ ମହିଳାଙ୍କ ନାଁ ରେବତୀ ରାଉଳ। ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ରେବତୀ ରାଉଳଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ରାଖୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ାଠାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ୮ ବର୍ଷୀୟ ଝିଅ। ଏହାକୁ ନେଇ ଗତକାଲି ରାଜରାସ୍ତା ବନ୍ଦ କରିଥିଲେ ସ୍ଥାନୀୟ ଲୋକେ। ଦୁର୍ଘଟଣା ଘଟାଇଥିବା ଥର୍ ଗାଡି ମଧ୍ୟ ଜବତ ହୋଇଥିଲା। ଆଜି ଏକ ଘରୋଇ ହସ୍ପିଟାଲରେ ମା’ ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେ ବି ଫେରାର ଅଛି ।
ପାତ୍ରପଡ଼ାର ରେବତୀ ରାଉଳ ରକ୍ଷାବନ୍ଧନ ପାଇଁ ନିଜ ବାପଘର ପଟିଆକୁ ଯାଇଥିଲେ। ସନ୍ଧ୍ୟାରେ ଦୁଇଛୁଆକୁ ଧରି ଘରକୁ ଫେରୁ୍‌ଥିଲେ। ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଥାର ଗାଡ଼ି ମାଆ, ପୁଅ ଓ ଝିଅଙ୍କୁ ଧକ୍‌କା ଦେଇଥିଲା। ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍‌ସକୁ ଅଣାଯାଇଥିଲା।ସେଠାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଦୁଇବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଥିଲା।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କ’ଣ ଜାଣନ୍ତୁ

    ଅନ୍ତ୍ୟୋଦୟ ଗୃହ ଯୋଜନା : ଆଉ ଦିବର୍ଷ ବଢ଼ିଲା ନିର୍ମାଣ ହେବ ୨.୯୧ ଲକ୍ଷ ଘର ବଢ଼ିଲା ପ୍ରୋତ୍ସାହନ ରାଶି ପୂରଣ ହେବ ସମସ୍ତଙ୍କ ଘର ଯୋଜନାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୫ ।୧୦ : ଅନ୍ତ୍ୟୋଦୟ ଗୃହ ଯୋଜନାରେ…

    Continue reading
    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି