ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ଏହି ସେଣ୍ଟର । ସରକାରୀ ଅଫିସ, ଓ ଅଭିଯୋଗ ଶୁଣାଣି ସ୍ଥାନରେ ମଧ୍ୟ ଖୋଲାଯିବ ସେଣ୍ଟର ।ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦୁଇଟି ୱେବ୍‌ସାଇଟ୍ ଲଞ୍ଚ ହୋଇଛି । ସେହିଭଳି ମହିଳା ସମାଜକଲ୍ୟାଣ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକକଲ୍ୟାଣ ଆପ୍ ଉନ୍ମୋଚନ କରାଯାଇଛି । ଏହି ଅବସରରେ ମହିଳା କମିଶନର ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ରାଜ୍ୟର ପ୍ରଥମ ସେଣ୍ଟର ଭାବେ ଖୋଲାଯାଇଛି । ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଏହି ସେଣ୍ଟର ଖୋଲାଯିବ । ଯେପରିକି ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ସେଣ୍ଟର ଖୋଲାଯିବ । ଏହାସହ ରେଳ ଷ୍ଟେସନରେ ଜଣେ ମହିଳା ଆଟେଣ୍ଡାଣ୍ଟ ରହିବେ । ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନସର, ଟାଇପ୍ ୨ ଡାଇବେଟିସ୍ ଭଳି ରୋଗ ମା’କୁ ହେବନି ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି । ଏହାସହ ଆଗକୁ ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ ଏହି ସେଣ୍ଟର ଖୋଲାଯିବ ।
ସପିଂ ମଲ୍ ଯେଉଁଗୁଡିକରେ ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ ସେମାନେ ମହିଳା ମାନଙ୍କ ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା । ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେବେ ଆଗକୁ ତା ପାଇଁ ବ୍ୟବସ୍ଥା ସରକାର କରିବେ । ନାଲି ଆଖି ନୁହେଁ ସରକାର ସହଯୋଗ ମାଗନ୍ତି । ତେଣୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରିବାକୁ ଉପ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ