ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ଭୁବନେଶ୍ୱର, ୨୭ /୯: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍‌ର କର୍ମକର୍ତାଙ୍କ ପକ୍ଷରୁ ମହତ୍ୱପୂର୍ଣ୍ଣ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମମର ଫାର୍ମାସୀ ବିଭାଗର ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସମହାପାତ୍ର ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଏକ ସ୍ୱତନ୍ତ୍ର ବାର୍ତା ମାଧ୍ୟମରେ ସୁରକ୍ଷିତ ଚିକିତ୍ସା ନିମନ୍ତେ ଫାର୍ମାସିଷ୍ଟମାନଙ୍କର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ବୋଲି କହିଥିଲେ । ସେମାନେ କେବଳ ଉପଯୁକ୍ତ ଚିକିତ୍ସା ନୁହେଁ ବରଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରୋଗୀର ବିଶ୍ୱାସ ବଢ଼ାଇବାରେ ସ୍ୱତନ୍ତ୍ର ଭୂମିକା ତୁଲାଇଥାନ୍ତି ବୋଲି ଡକ୍ଟର ଦାଶ କହିଥିଲେ । ଚଳିତ ବର୍ଷର ପ୍ରସଙ୍ଗ ‘ଥିଙ୍କ ହେଲ୍‌ଥ, ଥିଙ୍କ ଫାର୍ମାସିଷ୍ଟ’କୁ ନେଇ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଥିଲା । ଏକ ବାର୍ତାରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଫାର୍ମାସିଷ୍ଟମାନଙ୍କ ଭୂମିକା କେବଳ ଔଷଧ ପ୍ରଦାନ ନୁହେଁ ତା’ଠାରୁ ଅଧିକ ବ୍ୟାପକ ବୋଲି କହିଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଜଣେ ଜଣେ ସହଯୋଗୀ ଯେଉଁମାନେ କି ରୋଗୀ ସେବାର ମୂଳଦୁଆକୁ ସୁଦୃଢ଼ କରିଥାନ୍ତି ବୋଲି ପ୍ରଫେସର ନାୟକ କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ କ୍ଲିନିକାଲ୍ ଫାର୍ମାକୋଲଜି ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ