ସମ୍ ହସ୍ପିଟାଲ୍ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

ଭୁବନେଶ୍ୱର: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋପôାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ୱିଟାଲ୍ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ ହୋଇଛି ।
ସମ୍ ହସ୍ପିଟାଲ୍ରେ ଶୁକ୍ରବାର ଏ ସମ୍ପର୍କିତ ଏକ ସିଏମ୍ଇ ଆୟୋଜନ କରାଯାଇଥିବା ବେଳେ ଏ ବିଷୟରେ ସୂଚନା ଦେଇଛନ୍ତି ହସ୍ପିଟାଲ୍ର ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା । ଏହି ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଏକ ସ୍ୱଦେଶୀ କିଟ୍ରେ ଉପଲବ୍ଧ ଯାହାକି ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି କିଟ୍ ସାହାଯ୍ୟରେ କରାଯାଉଥିବା ପରୀକ୍ଷଣରେ ମଣିଷ ଶରୀରରେ କେତେ ପ୍ରତିଶତ ଯକ୍ଷ୍ମା ଜୀବାଣୁ ରହିଛି ତାହା ଜଣାପଡ଼ିବ ବୋଲି ପ୍ରଫେସର ଜେନା କହିଛନ୍ତି ।
ସମ୍ ହସ୍ପିଟାଲ୍ର ସେଂଟ୍ରାଲ ଲାବୋରେଟୋରୀରେ ଏହି ପରୀକ୍ଷା ଉପଲବ୍ଧ ଥିବା ବେଳେ ଜନସାଧାରଣ ମାଗଣାରେ ଏହି ପରୀକ୍ଷା କରାଇପାରିବେ ବୋଲି ପ୍ରଫେସର ଜେନା କହିଛନ୍ତି ।
ଏହି ପରୀକ୍ଷଣ ସମ୍ପର୍କରେ ଆୟୋଜିତ ସିଏମଇରେ ପଲମୋନାରୀ ମେଡିସିନ୍ ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) କ୍ଷୀରୋଦ ଚନ୍ଦ୍ର ସାହୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଯକ୍ଷ୍ମା ନିରାକରଣ ଚିକିତ୍ସା ନିମନ୍ତେ ଏହି ସିୱାଇ ଟିବି ପରୀକ୍ଷା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍ର ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେର । ଯେକୋ÷ଣସି ସୁସ୍ଥ ଲୋକ ମଧ୍ୟ ଏହି ପରୀକ୍ଷା କରାଇପାରିବା ସହ ୫ ବର୍ଷରୁ ଊଦ୍ଧ୍ୱର୍ ଶିଶୁଙ୍କର ମଧ୍ୟ ଏହି ପରୀକ୍ଷା କରାଯାଇପାରିବ ବୋଲି ପ୍ରଫେସର ମେହେର କହିଛନ୍ତି ।
ବିଶେଷ କରି ଏଚ୍ଆଇଭି, ଯକୃତ, ବୃକକ୍ ଓ ଫୁସ୍ଫୁସ୍ରେ ସମସ୍ୟା ଥିବା ବ୍ୟକ୍ତିଙ୍କ ସମେତ କୋ÷ଣସି ପରିବାରର ସଦସ୍ୟ ଶ୍ୱାସ କିମ୍ବା ଯକ୍ଷ୍ମା ରୋଗୀ ହୋଇଥିଲେ ସେହି ପରିବାରର ଅନ୍ୟ ସଦସ୍ୟ ତଥା ତମାଖୁ ସେବନ ଓ ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ମଧୁମେହ ରୋଗୀଙ୍କ ସମେତ ଜେଲ୍୍ର ଅନ୍ତେବାସୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନେ ଏହି ଟେଷ୍ଟ କରାଇ ନେବା ଉଚିତ୍ ବୋଲି ପ୍ରଫେସର ଜେନା କହିଛନ୍ତି ।
ଆୟୋଜିତ ସିଏମ୍ଇରେ ସମ୍ ହସ୍ପିଟାଲ୍ର ବିଭିନ୍ନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ ।

Related Posts

State-wide fire safety mock drill on March 28

Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

Continue reading
Heatwave Worries: Outdoor Activity Banned 11 a.m. to 3 p.m.

Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ