ସମ୍ବଲପୁର ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ । ଆପାତତଃ ଗସ୍ତ ତାରିଖ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆସନ୍ତା ୨୮ କିମ୍ବା ୩୦ରେ ସେ ଆସିପାରନ୍ତି । ଏହି ଅବସରରେ ସେ ବୁର୍ଲା ଭିମ୍‌ସାର୍‌ ସୁପର ସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କରିବେ । ଏନେଇ ଭିମ୍‌ସାର୍‌ ନିର୍ଦ୍ଦେଶକ ଅନ୍ୟ ବିଭାଗ ଓ ଅଧିକାରୀଙ୍କୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ କହିଛନ୍ତି । ଗତ ନଭେମ୍ବର ୧୮ରେ ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦ୍‌ଘାଟନ ହେବାର ଥିଲା । କିନ୍ତୁ କୌଣସି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ସମ୍ବଲପୁର ଆସି ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ ଭିନ୍ନ ଭିନ୍ନ ୪ଟି କାର୍ୟ୍ୟକ୍ରମରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି । ୧୮୫୭ ଡିସେମ୍ବର ୩୦ରେ ବ୍ରିଟିଶ ପୁଲିସ୍‌ ଦ୍ୱାରା କୁଦୋପାଲିରେ ସଂଘଠିତ ନରସଂହାରକୁ ନେଇ ପ୍ରକାଶିତ ଏକ ପୁସ୍ତକ ଉନ୍ମୋଚନ କରିବେ । ଏଥିରେ ସମ୍ବଲପୁରର ଗୌରବମୟ ଇତିହାସ, ଦେଶ ସ୍ୱାଧୀନତା ପାଇଁ ସଂଘର୍ଷ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ବୁକ୍‌ ଟ୍ରଷ୍ଟ ପକ୍ଷରୁ ଐତିହାସିକ ଗବେଷଣା କରି ଏହାକୁ ପ୍ରକାଶନ କରାଯାଇଛି । ଇଂରେଜଙ୍କ ଦ୍ୱାରା ହୋଇଥିବା ଏହି ବର୍ବରକାଣ୍ଡରେ ୫୮ ଜଣ ସହିଦ ହୋଇଥିଲେ ।
ଜଣେ ବରିଷ୍ଠ ବିଜେପି ନେତାଙ୍କ ସୂଚନା ଅନୁସାରେ, ଶ୍ରୀ ଶାହ ଆସନ୍ତା ୨୮ ତାରିଖରେ ସମ୍ବଲପୁର ଆସିପାରନ୍ତି । ପୂର୍ବରୁ ୩୦ ତାରିଖ ଧାର୍ୟ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ସୂଚନା ଆସିନାହିଁ । ଯଦି ୩୦ ତାରିଖ କାର୍ୟ୍ୟକ୍ରମ ବାତିଲ ହୁଏ, ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୨୮ ତାରିଖରେ ସମ୍ବଲପୁର ଆସିବେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କୁଦୋପାଲି ଉପରେ ଲିଖିତ ଐତିହାସିକ ପୁସ୍ତକକୁ ଉନ୍ମୋଚନ କରିବେ । ଏହାସହ ଆଉ ୩ଟି କାର୍ୟ୍ୟକ୍ରମରେ ସାମିଲ ହେବେ । ଏଥିରେ ବୁର୍ଲା ଭିମସାର୍‌ ସୁପର ସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କାର୍ୟ୍ୟକ୍ରମ ମଧ୍ୟ ରହିଛି।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ