ସମ୍ମମରେ ଦୁଇ ଦିନିଆ ‘ସମ୍ମିଟ ୨୦୨୫’ ଆୟୋଜିତ

୨୦୩୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, ୨୧/୧୨: ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି। ଭିଜନ୍ ଓଡ଼ିଶା ୨୦୩୬ ନିମନ୍ତେ ରାଜ୍ୟ ସରକାର ମହତ୍ୱକାଂକ୍ଷୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ୨୦୩୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାର ଲକ୍ଷ୍ୟ ରଖିଛନ୍ତି। ରବିବାର ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା।
ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ଆନୁକୂଲ୍ୟରେ ଆୟୋଜିତ ୨-ଦିନିଆ ‘ସମ୍ ଅଲ୍ଟିମେଟ ମେଡିକେୟାର ମିଟ୍ ଅନ୍ ଇମେଜିଂ ଆଣ୍ଡ ଇନ୍‌ଟରଭେନ୍‌ସନାଲ୍ ଥେରାପି’ ସମ୍ମିଟ -୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା ଏହା ପ୍ରକାଶ କରିଥିଲେ।
ଶ୍ରୀମତି ପ୍ରଭାତୀ ପରିଡ଼ାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ।
ଏଥି ସହିତ ପ୍ରତ୍ୟେକ ଜିଲ୍ଲାରେ ଟେଲିମେଡିସିନ୍‌, ଟେଲିଟେକ୍ନୋଲଜି ଭଳି ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ସ୍ଥାପନ ସହ ଡାକ୍ତରୀ ଶିକ୍ଷା ଏବଂ ଗବେଷଣା କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯିବ ବୋଲି ଶ୍ରୀମତି ପରିଡ଼ା କହିଥିଲେ। ଓଡ଼ିଶାକୁ ଅତ୍ୟାଧୁନିକ, ସୁଲଭ ଏବଂ ଅନୁକମ୍ପାମୂଳକ ସ୍ୱାସ୍ଥ୍ୟ ସେବାର ଆଂଚଳିକ ହବ୍ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥିଲେ।
ଏହି ସମ୍ମିଳନୀରେ ଯେଉଁ ସବୁ ପ୍ରସ୍ତାବ ପାରିତ ହେବ ତାକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ସରକାର ଯତ୍ନବାନ ହେବେ ବୋଲି କହିବା ସହ ସାଧାରଣ ବ୍ୟକ୍ତି ଏପରିକି ଡାକ୍ତରମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର କାର୍ଯ୍ୟଧାରକୁ ଉଚ୍ଚ ପ୍ରଶଂସା କରି ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତି ପରିଡ଼ା କହିଥିଲେ ଯେ ମେଡିକାଲ୍ ଟୁରିଜିମ କ୍ଷେତ୍ରରେ ସମ୍ମମ ଅଗ୍ରଣୀ ଭୂମିକା କରିଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଂଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାର ପ୍ରଭୃତି ରାଜ୍ୟରୁ ରୋଗୀମାନେ ଚିକିତ୍ସା ପାଇଁ ସମ୍ମମକୁ ହିଁ ଚୟନ କରୁଛନ୍ତି ବୋଲି ସେ କହିଥିଲେ।
‘ଆଡଭାନ୍ସ ପେସେଂଟ କେୟାର ୱିଥ୍ ଇନ୍‌ଟରଭେନ୍‌ସନାଲ ରେଡିଓଲୋଜି ଆଣ୍ଡ କାର୍ଡିଆକ୍ ଇମେଜିଂ ହ୍ୱେନ୍ ଇମେଜିଂ ଲିଡ୍ସ, ଇନ୍‌ଟଭେନ୍‌ସନ୍ସ ହିଲ୍ସ’ ପ୍ରସଙ୍ଗକୁ ନେଇ ଆୟୋଜିତ ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ପ୍ରଦାନ, ଗବେଷଣା ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ କାର୍ଯ୍ୟ ହାତକୁ ନେଇଛି।
ମାତ୍ର ୫ ବର୍ଷର ଏହି ହସ୍ପିଟାଲ୍‌ର ଶଯ୍ୟା ସଂଖ୍ୟା ବର୍ତମାନ ୫୭୫ରେ ପହଂଚିଥିବା ବେଳେ ଏଠାରେ ରୋଗୀ ସେବା କ୍ଷେତ୍ରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ଡକ୍ଟର ଦାଶ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମିଟ–୨୦୨୫ର ଅର୍ଗାନାଇଜିଂ ଚେୟାରମ୍ୟାନ ତଥା ସମ୍ ଅଲ୍ଟିମେଟ ମେଡିକେୟାରର ରେଡ଼ିଓଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ସୁଦୀପ ଆଚାର୍ଯ୍ୟ, ଇଣ୍ଡିଆନ୍ ସୋସାଇଟି ଅଫ୍ ଭାସ୍କୁଲାର ଆଣ୍ଡ ଇନ୍‌ଟରଭେନ୍‌ସନାଲ ରେଡିଓଲୋଜି (ଆଇଏସ୍‌ଭିଆଇଆର)ର ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଅମର ମୁକୁନ୍ଦ, ଓଡ଼ିଶା ରେଡ଼ିଓଲୋଜି ଆଣ୍ଡ ଇମେଜିଂ ଆସୋସିଏସନ୍ (ଓରିଆ)ର ପ୍ରେସିଡେଂଟ ତଥା ଏସ୍‌ସିବି ମେଡିକାଲ କଲେଜର କନ୍‌ସଲ୍‌ଟାଂଟ ରୋଡିଓଲୋଜିଷ୍ଟସ ଡାକ୍ତରର ପ୍ରଫୁଲ୍ଲ କୁମାର ଦାସ, ଓରିଆର ସେକ୍ରେଟାରୀ ତଥା ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ରେଡିଓ-ଡାଏଗ୍ନୋସିଷ୍ଟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର ଏବଂ ସମ୍ମିଟ-୨୦୨୫ର ଅର୍ଗାନାଇଜିଂ ଭାଇସ-ଚେୟାରମ୍ୟାନ ତଥା ସମ୍ମମ୍‌ର ରେଡିଓଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ଗୋଲକ ନାଥ ପାସା ଅତ୍ୟାଧୁନିକ କାର୍ଡିଆକ୍ ଇମେଜିଂ ଏବଂ ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର ଏବଂ ବରିଷ୍ଠ କର୍ମକର୍ତା ଓ ଡାକ୍ତରମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ସମ୍ମିଟ-୨୦୨୫ର ଅର୍ଗାନାଇଜିଂ ସେକ୍ରେଟାରୀ ତଥା ସମ୍ମମ୍‌ର ଇନ୍‌ଟରଭେନ୍‌ସନାଲ୍ ରେଡ଼ିଓଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଦୁଇ ଦିନିଆ ସମ୍ମିଳନୀରେ କାର୍ଡିଆକ୍ ଇମେଜିଂ ଏବଂ ଇନ୍‌ଟରଭେନ୍‌ସନାଲ୍ ରେଡ଼ିଓଲୋଜି ସମ୍ପର୍କରେ ବିଭିନ୍ନ ସାଇନ୍‌ଟିଫିକ୍ ସେସନ୍ ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା।

Related Posts

୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

Continue reading
ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ