ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ

ଭୁବନେଶ୍ୱର, ଅଗଷ୍ଟ ୧୦: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ ଉପସ୍ଥିତି ରହିଥିଲେ। ଏହି କାର୍ଯ୍ୟକ୍ରମରେ ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ (ଏନ୍‌ଏମ୍‌ସି)ର ଅଧ୍ୟକ୍ଷ ଡକ୍ଟର ବିଜୟ ଓଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିଶିଷ୍ଟ ବିଶେଷଜ୍ଞମାନଙ୍କ ମଧ୍ୟରେ ବରିଷ୍ଠ ୟୁରୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜନ, ପ୍ରଫେସର (ଡାକ୍ତର) ଦତେଶ୍ୱର ହୋତା, ସମ୍ ଅଲ୍ଟିମେଟର ମେଡିକେୟାର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ସମ୍ ହସ୍ପିଟାଲର ୟୁରୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବବ୍ରତ ସାବତ ଏବଂ ସମ୍ମମ୍‌ର ୟୁରୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଣବ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିିତ ଚିକିତ୍ସା ବିଜ୍ଞାନୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲା । ସେମାନଙ୍କ ମଧ୍ୟରେ ଡାକ୍ତର ଦୀପକ ଗୁପ୍ତେ, ଡାକ୍ତର ପ୍ରଶାନ୍ତ ପଟ୍ଟନାୟକ, ଡାକ୍ତର ପ୍ରିୟଙ୍କା କୋଠାରି (ମୁମ୍ବାଇ), ଡାକ୍ତର ପ୍ରିୟରଂଜନ ନନ୍ଦୀ, ଡାକ୍ତର ନିଳାଞ୍ଜନ ମିତ୍ର (କୋଲକାତା), ଡାକ୍ତର ବିନୀତ ମାଲହୋତ୍ରା (ଦିଲ୍ଲୀ), ଡାକ୍ତର କାର୍ତିକେୟାନ୍ ଭି.ଏସ୍ (ଚେନ୍ନାଇ), ଡାକ୍ତର ପୁଭାଇ ମୁରୁଗାନ୍ (କୋଏମ୍ବାଟୁର), ଡାକ୍ତର ହରପ୍ରୀତ ସିଂ (ଜାମସେଦପୁର) ଏବଂ ଡାକ୍ତର ପ୍ୟାରିଲାଲ୍ ତ୍ରିପାଠୀ (ବରଗଡ) ପ୍ରମୁଖ ଉପସ୍ଥିତ ଥିଲେ । ଡାକ୍ତର ଓଜା କହିଥିଲେ ଯେ “ ଆଣ୍ଡ୍ରୋଲୋଜି ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଆମର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ଏହାର ସୀମିତ ଉପସ୍ଥିତି ରହିଛି । ବର୍ଦ୍ଧିତ ପରିସର, ବିଶେଷଜ୍ଞଙ୍କ ଯୋଗ୍ୟତା ଏବଂ କେନ୍ଦ୍ରିତ ତାଲିମ ସହିତ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସଂସ୍କାର ଅଣାଯାଉଛି ବୋଲି ଡାକ୍ତର ଓଜା କହିଥିଲେ ।
ପ୍ରଫେସର(ଡାକ୍ତର) ହୋତା ପୁରୁଷ ଯୌନ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହି ପ୍ରସଙ୍ଗକୁ ସମ୍ମୁଖକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ । “ଏହା ସ୍ୱାସ୍ଥ୍ୟ ଶିକ୍ଷାରେ ଏକ ଅବହେଳିତ ବିଷୟ ହୋଇ ରହିଛି । ଯେଉଁ କାରଣରୁ ଅନେକଙ୍କୁ ନୀରବରେ କଷ୍ଟ ଭୋଗିବାକୁ ବାଧ୍ୟ କରୁଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କୁ ଏପରି ଚିନ୍ତାଧାରାକୁ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିବା, ସମାଧାନ କରିବା ଏବଂ ଚିକିତ୍ସା କରିବା ପାଇଁ ଉତ୍ସାହିତ କରିବ । ଏହି କ୍ଷେତ୍ରରେ ଏହା ଏକ ପରିବର୍ତନର ଆରମ୍ଭ ବୋଲି ସେ କହିଥିଲେ ।”
ବ୍ରିଗେଡିୟର (ଡାକ୍ତର) ମିଶ୍ର ଏହି ବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ “ପୂର୍ବ ଭାରତରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାର ପୁରୁଷ ଯୌନ ସ୍ୱାସ୍ଥ୍ୟ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଯାହା ପ୍ରମୁଖ ବିଶେଷଜ୍ଞ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ଏକତ୍ରିତ କରିଛି । ଆଣ୍ଡ୍ରୋଲୋଜିକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିପାରିଛି ବୋଲି ସେ କହିଥିଲେ ।”
ସମ୍ ଅଲ୍ଟିମେଟ ମେଡିକେୟାର ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ପ୍ରକୃତ ସ୍ୱାସ୍ଥ୍ୟସେବା ମାନବ କଲ୍ୟାଣର ପ୍ରତ୍ୟେକ ଦିଗକୁ ସମ୍ବୋଧିତ କରେ । ଏପରିକି ଅକଥିତ ବିଷୟଗୁଡିକୁ ମଧ୍ୟ ପୁରୁଷ ଯୌନସ୍ୱାସ୍ଥ୍ୟ ଜୀବନର ଗୁଣବତା ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସୋଆ ସର୍ବଦା ଚିକିତ୍ସା ଜ୍ଞାନ ଏବଂ ନବସୃଜନକୁ ଆଗକୁ ବଢାଇବାରେ ସହାୟକ ହୋଇଛି । ଆଣ୍ଡ୍ରୋଏକ୍ସେଲ୍ ପୁରୁଷ ଯୌନ ସ୍ୱାସ୍ଥ୍ୟ ଏବଂ ବନ୍ଧ୍ୟାତ୍ୱ ଭଳି ଅଣଦେଖା କ୍ଷେତ୍ରଗୁଡିକୁ ସମାଧାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ରୋଗୀଙ୍କ ପାଇଁ ଲାଭଦାୟକ ପରିବର୍ତନ ଆଣିଥାଏ । ଡାକ୍ତରମାନଙ୍କୁ ସଶକ୍ତ କରିଥାଏ ଏବଂ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍‌କୁ ସୁଦୃଢ କରିଥାଏ ବୋଲି ପ୍ରଫେସର ନାୟକ କହିଛନ୍ତି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ