ସରପଞ୍ଚଙ୍କ ବୋଲେରୋ ପୋଡ଼ି ଦେଲେ

ନୟାଗଡ଼: ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତ କାର୍ୟ୍ୟାଳୟ ଭିତରେ ସରପଞ୍ଚ ସାରଦା କୁମାରୀ ସାହୁଙ୍କ ବୋଲେରୋ ଗାଡିଟିକୁ ଗୁରୁବାର ବିଳମ୍ବିତ ରାତିରେ କେହି ପୋଡ଼ି ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ, ସରପଞ୍ଚ ସାରଦା କୁମାରୀ ସାହୁଙ୍କ ଘର ଭାଟସାହି ଗାଁରେ ହୋଇଥିବାରୁ ସେ ଏକ ବୋଲେରୋ ଗାଡିରେ ପଞ୍ଚାୟତକୁ ଯାତାୟାତ କରନ୍ତି । ଗୁରୁବାର ଦିନ ଡ୍ରାଇଭର ଗାଡି଼ଟିକୁ ପଞ୍ଚାୟତ ପରିସରରେ ରଖି ଘରକୁ ଚାଲି ଯାଇଥିଲା । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଉକ୍ତ ଗାଡିରେ ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ଗାଡିର ଆଗପଟ ପ୍ରାୟ ପୋଡ଼ି ଯାଇଛି । ସରପଞ୍ଚଙ୍କ ସ୍ବାମୀ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଅଛନ୍ତି । ତେବେ କେହି ରାଗରେ ଏପରି କରିଥିବା ଅନୁମାନ କରାଯାଉଥିବାବେଳେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

  • Related Posts

    ମାନସିକ ବିକାରଗସ୍ତ ଯୁବତୀକୁ ଦୁଷ୍କର୍ମ

    ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମାନସିକ ବିକାରଗସ୍ତ ଯୁବତୀକୁ ସେହି ଗ୍ରାମର ଜନୈକ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ ଅଭିଯୁକ୍ତ…

    Continue reading
    ରାଜଧାନୀରେ ହଣାକଟା

    ଭୁବନେଶ୍ୱର: ରାଜଧାନୀରେ ଅସାମାଜିକଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା । ଭୁବନେଶ୍ବରରେ ହଣାକଟା । ରାତିରେ ଘରକୁ ଫେରୁଥିବା ବେଳେ ଗାଙ୍ଗୁରାମ ମିଠା ଦୋକାନୀ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ