
ଦେବଗଡ଼:ବାରକୋଟ ବ୍ଲକର ସରୁଆଳୀ ଠାରୁ ମହୁଲହତା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ବର୍ଷା ଯୋଗୁଁ କାଦୁଅରେ ଭର୍ତ୍ତି ହୋଇଯିବା ସହିତ ଉକ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି।ତେବେ ଗ୍ରାମବାସୀମାନେ ଉକ୍ତ ରାସ୍ତା ଦେଇ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସୂଚନା ଅନୁଯାୟୀ,ଉକ୍ତ ରାସ୍ତା ଦେଇ ସରୁଆଳୀ,ମହୁଲହତା,ବିଜାଡିହି,ତାଳଡିହି,ସିନ୍ଦୁରମୁଣ୍ଡା ଗ୍ରାମର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି।କିନ୍ତୁ ବର୍ଷା ଯୋଗୁଁ ସେହି ରାସ୍ତା ବର୍ତ୍ତମାନ କାଦୁଅରେ ଭର୍ତ୍ତି ହୋଇଯାଇଛି। ଯାହାଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାସ୍ତାର ଉନ୍ନତିକରଣ ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।




