ସାଇପ୍ରସ୍ ଉପକୂଳରେ ଡଙ୍ଗା ବୁଡ଼ି : ୭ ମୃତ, ୨୩ ନିଖୋଜ

ନିକୋସିଆ : ଉତ୍ତର ସାଇପ୍ରସ୍‌ର କିରେନିଆ ବନ୍ଦର ନିକଟସ୍ଥ ସମୁଦ୍ରରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ଜଣ ନିଖୋଜ ହୋଇଛନ୍ତି। ୨୬୭ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଡଙ୍ଗାଟି କିରେନିଆରୁ ତୁର୍କୀର ମେରସିନ୍ ପ୍ରଦେଶ ଅଭିମୁଖେ ଯାତ୍ରା କରିଥିଲା। ଡଙ୍ଗାଟି ସମୁଦ୍ର କୂଳରୁ ପ୍ରାୟ ୨ରୁ ୪ ମାଇଲ୍ ଦୂର ଅତିକ୍ରମ କରିବା ପରେ ଏହା ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ କୋଷ୍ଟଗାର୍ଡ, ତୁର୍କୀ ସେନାର ଦୁଇଟି ହେଲିକପ୍ଟର, ଏକାଧିକ ଉଦ୍ଧାରକାରୀ ଡଙ୍ଗା ଏବଂ ନିକଟସ୍ଥ ବେସରକାରୀ ଜାହାଜ ଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଫଳରେ ୨୩୭ ଜଣଙ୍କର ଜୀବନ ରକ୍ଷା କରାଯାଇପାରିଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

  • Related Posts

    arrested ମଣିପୁରରେ ଲୁଚିଥିଲେ ଦମ୍ପତି: ସୁଟକେସରୁ ହୟତୁନା ନିଶାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗିରଫ

    ତାମିଲନାଡୁ : ଏକ୍ସପ୍ରେସ୍‌ ଟ୍ରେନରେ ତାଙ୍କ ଖଣ୍ଡବିଖଣ୍ଡ ମୃତଦେହକୁ ଏକ ସୁଟକେସରେ ଛାଡିବା ଘଟଣାରେ ଦମ୍ପତିଙ୍କୁ ଗିରଫ କରାଯାଇଛି । ମଣିପୁରରୁ 2 ଜଣଙ୍କୁ ଗିରଫ କରାଯାଇଛି ବୋଲି ତାମିଲନାଡୁ ପୋଲିସ କହିଛି । ପ୍ରାୟ 340 ଅଧିକ ସିସିଟିଭି ଫୁଟେଜ୍‌…

    Continue reading
    ଆଇଏଏସ୍‌ ଜ୍ଞାନେନ୍ଦ୍ର କୁମାର ଗିରଫ

    ବେଙ୍ଗାଲୁରୁ : କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିସନ (କେପିଏସ୍‌ସି) ପରିଚାଳିତ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଆଇଏଏସ ଅଫିସର ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାରଙ୍କୁ କର୍ଣ୍ଣାଟକ ସିଆଇଡି ଗିରଫ କରିଛି। କେପିଏସ୍‌ସି ଦ୍ୱାରା ପରିଚାଳିତ ପ୍ରାଣୀଚିକିତ୍ସା ଅଧିକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ