ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବି ସୃଷ୍ଟିକୁ ଅନୁମୋଦନ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକରୁ ଅଧିକ ସକ୍ରିୟ ହେଉଛନ୍ତି । ଲୋକମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଆଖି ପିଛୁଳାକେ ଉଡିଯାଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବି ସୃଷ୍ଟିକୁ ଅନୁମୋଦନ ମିଳିଛି । ଖାଲି ସେତିକି ନୁହେଁ ୧୭୦ଜଣ ବିଶେଷଜ୍ଞଙ୍କୁ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୪ଟି ସାଇବର ଥାନା ରହିଛି । ୧୬୮ଜଣ କର୍ମଚାରୀଙ୍କୁ ନେଇ ଉକ୍ତ ସାଇବର ଥାନାଗୁଡ଼ିକ ଚାଲୁଛି ।
ଖୁବ୍‌ ଶୀଘ୍ର ରାଜ୍ୟରେ ଆଉ ୨୦ଟି ସାଇବର ଥାନା ଖୋଲିବ । ଉକ୍ତ ୨୦ଟି ଥାନା ପାଇଁ ୯୮୭ଟି ନୂତନ ପଦବି ସୃଷ୍ଟି ହୋଇଛି । ବିଭିନ୍ନ ପାହ୍ୟାର ୯୮୭ଟି ଅତିରିକ୍ତ ପଦବିକୁ ମଞ୍ଜୁରି ଫଳରେ ମୋଟ୍‌ ଅନୁମୋଦିତ ପଦବି ସଂଖ୍ୟା ୧୧୨୭କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ସରକାର ଅନୁମତି ଦେଇଛନ୍ତି । ଏଥିରେ ୬୮ଜଣ ଆଇଟି ବିଶେଷଜ୍ଞ, ୪୮ଜଣ ସାଇବର ଫରେନ୍ସିକ ବିଶେଷଜ୍ଞ ଓ ୪୮ଟି ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ୨୦୨୧ରୁ ଏହି କର୍ମଚାରୀ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଗୃହ ବିଭାଗରେ ପଡ଼ି ରହିଥିଲା । ସାଢ଼େ ୫ବର୍ଷ ପରେ ମୋହନ ମାଝୀଙ୍କ ସରକାରଙ୍କ ଅନୁମୋଦନ ଲାଭ କରିଛି ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ