ସାଇବର ସୁରକ୍ଷା ପାଇଁ ବିଭାଗରେ ୧୧୨୭ଟି ନୂତନ ପୋଲିସ ପଦବୀ ଖୁବଶୀଘ୍ର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ ।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ସଚେତନତା ଅଭିଯାନ ଶୁଭାରମ୍ଭ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରାୟ ୮୨ କୋଟି ଲୋକ ଅର୍ଥାତ ୫୫ ପ୍ରତିଶତ ଲୋକ ଆଜି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି। ଆମ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଯାଇଛୁ। ଇଣ୍ଟରନେଟ୍ ଓ ଟେକ୍ନୋଲୋଜି ଆମ ପାଇଁ ଅପରିହାର୍ୟ୍ୟ ହୋଇପଡିଛି। ଆଜି ଇଣ୍ଟରନେଟ୍ ବ୍ୟବହାରୀକାରୀଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ ଭଳି ଅପରାଧର ଶୀକାର ହେବାକୁ ପଡୁଛି। ଏହି ଅପରାଧକୁ ରୋକିବା ପାଇଁ ଆମ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆମ ସରକାର ସାଇବର ପୋଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ସାଇବର ଅପରାଧ ରୋକିବା କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରାଯାଇଛି । ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ୟ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ଏଥି ସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବରେ କାର୍ୟ୍ୟ କରିବ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । କିନ୍ତୁ, ଅଧିକାଂଶ ସାଇବର ଠକାମୀର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ । ଏଥିପାଇଁ ଅନଲାଇନ, ଡିଜିଟାଲ ଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆଜିଠାରୁ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରାଯିବ । ସେଥିପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଇଣ୍ଟରନେଟ୍ ଜରିଆରେ ଝିଅ ମାନଙ୍କୁ ବ୍ଲାକମେଲିଙ୍ଗ ଓ ମାନସିକ ନିର୍ୟ୍ୟାତନା ଉପରେ କ୍ଷୋଭ ପ୍ରକାଶ କରି ଓଡିଶା ପୋଲିସକୁ ଏହି ମାନସିକତା ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦକ୍ଷେପ ନନେଲେ ସମ୍ପୃକ୍ତ ପୋଲିସଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୧୬ଟି ସଚେତନତା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଗୁଡିକ ନୂଆପଡା ଜିଲ୍ଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଏକ ମାସ ଧରି ଲୋକଙ୍କୁ ସଚେତନ କରାଇବ ।

କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓଡିଶା ପୋଲିସକୁ ଏହି ସଚେତନତା ମୂଳକ କାର୍ୟ୍ୟକ୍ରମ ପାଇଁ ଧନ୍ୟବାଦ ଦେଇ କହିଥିଲେ ଯେ, ସାଇବର ସୁରକ୍ଷା ବିଷୟରେ ସମସ୍ତେ ସଚେତନ ହେବା ଅତ୍ୟନ୍ତ ଜରୁରୀ । ଏହି ସଚେତନତା କାର୍ୟ୍ୟକ୍ରମ କେବଳ ଗୋଟିଏ ବିଭାଗର କାର୍ୟ୍ୟକ୍ରମରେ ସୀମିତ ନରଖି ଏହି ଆଭିମୁଖ୍ୟକୁ ସମସ୍ତେ ଆପଣେଇବା ଉଚିତ୍ ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ କାର୍ୟ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି ସାଇବର ଅପରାଧ କ୍ଷେତ୍ରରେ ଓଡିଶା ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ଯୁବକଙ୍କୁ ନିର୍ମମ ହତ୍ୟା

    ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍…

    Continue reading
    ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

    ନିଶ୍ଚିନ୍ତକୋଇଲି : ରାଜ୍ୟ ରାଜପଥ କଡ଼ରେ ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ। ପୁରୁଷ ବନ୍ଧୁଙ୍କ ସହ କାରରେ ବସିଥିବା ବେଳେ ଟେକିନେଲେ ଦୁର୍ବୃତ୍ତ। ମଙ୍ଗଳବାର ବିଳମ୍ଵିତ ରାତିରେ କଟକ ଚାନ୍ଦବାଲି ରାଜ୍ୟ ରାଜପଥ କଡ଼ରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ