ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ

ଭୂବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଦେଶବାସୀଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ୨୦୧୪ ଅକ୍ଟୋବର ୩ରେ ଏକ ଐତିହାସିକ ପ୍ରୟାସ ଆରମ୍ଭ କରିଥିଲେ । ବିଶ୍ୱର ଏକମାତ୍ର ରାଷ୍ଟ୍ର ମୁଖ୍ୟଭାବେ ନିରବଚ୍ଚିନ୍ନ ଭାବେ ଗତ ୧୨ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମର ସେ ୧୩୫ଟି ସଂସ୍କରଣ ଶେଷ କରିଛନ୍ତି । ପ୍ରତି ମାସର ଶେଷ ରବିବାର ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ରେଡିଓ, ଦୂରଦର୍ଶନ ଜରିଆରେ କଥା ହୋଇଥାନ୍ତି । ଚଳିତ ମାସ ଜୁଲାଇ ୨୬ ତାରିଖରେ ୧୩୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦିଜୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଆଜି ଆନ୍ଦୋଳନରେ ପରିଣତ ହୋଇଛି । ‘ମନ୍ କି ବାତ୍‌’ ଦେଶବାସୀଙ୍କ ଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ହୋଇପାରିଛି । ଏହି କାର୍ଯ୍ୟକ୍ରମ ସବୁ ବିଷୟ ଉପରେ ପର୍ଯ୍ୟବେଶିତ ଯାହା ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ବ୍ୟକ୍ତି ବିଶେଷ ତଥା ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିଥାନ୍ତି । କେବଳ ସେତିକି ନୁହେଁ, ମୋଦିଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା ଆଲୋଚନା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବାକୁ ପ୍ରୋତ୍ସାହିତ କରିଥାନ୍ତି । ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସାଧାରଣ ଲୋକଙ୍କ କୃତୀତ୍ୱକୁ ମୋଦିଜୀ ବହୁବାର ଦେଶର ୧୪୦ କୋଟି ଜନତାଙ୍କ ସମ୍ମୁଖକୁ ଆଣି ଓଡ଼ିଶାବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ରାଜ୍ୟର ଘରେ ଘରେ ପଂହଚାଇବାକୁ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ମନ୍ କି ବାତ୍ ରାଜ୍ୟସ୍ତରୀୟ କର୍ମଶାଳା’ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, କନ୍ଧମାଳ ସାଂସଦ ତଥା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଂଟିଆ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୀମାଂଚଳ ଖଟେଇ, ରାଜ୍ୟ ସମ୍ପାଦିକା ଶ୍ରୀମତୀ ମମତା ସିଂ, ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା, ବରିଷ୍ଠ ନେତା ଶ୍ରୀ ଠାକୁର ରଞ୍ଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀର ‘ମନ୍ କି ବାତ୍‌’ ସଂଯୋଜକମାନେ ଯୋଗଦେଇଥିଲେ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ