ସାପ କାମୁଡ଼ାରେ ୪ ମୃତ

ବୁଧବାର ରାତିରେ ରାଜ୍ୟର ଦୁଇଟି ସ୍ଥାନରେ ସାପ କାମୁଡ଼ାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମା’ପୁଅ ହୋଇଥିବା ବେଳେ ଦୁଇ ମାଇଁ-ଭାଣିଜୀ।କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ରାଧିକାଦେଇପୁରରେ ଗତକାଲି ରାତିରେ ସାପ କାମୁଡ଼ାରେ ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ଜେମା ମୁଣ୍ଡା। ତାଙ୍କୁ ୩୨ ବର୍ଷ ହୋଇଥିଲା। ତାଙ୍କ ପୁଅ ନାଁ ଗଣେଶ ମୁଣ୍ଡା। ତାଙ୍କୁ ୮ ବର୍ଷ ହୋଇଥିଲା।ଜେମାଙ୍କ ସ୍ୱାମୀ ସୁନୀଲ ମୁଣ୍ଡା କହିଛନ୍ତି, ରାତିରେ ଖାଇସାରିବା ପରେ ଆମେ ସମସ୍ତେ ଶୋଇବାକୁ ଯାଇଥିଲୁ। ରାତି ଗୋଟେ ୧୦ରେ ମା’ପୁଅ ଉଠି କହିଲେ ଯେ କୁଣ୍ଡେଇ ହେଉଛି। ସେମାନଙ୍କର କୁଣ୍ଡେଇ ହେଉଥିବା ସ୍ଥାନରେ ମୁଁ ତେଲ ଲଗାଇ ଦେଇଥିଲି। ତା’ପରେ ସେମାନଙ୍କର ପେଟ ବଥା ହେବା ସହ ବାନ୍ତି ହୋଇଥିଲା। ଏହା ଦେଖି ମୁଁ ସେମାନଙ୍କୁ ବାଇକରେ କେଶଦୁରାପାଲ ଡାକ୍ତରଖାନାକୁ ନେଇଥିଲି। ସେଠାରେ ଡାକ୍ତର ସେମାନେ ରାତିରେ କ’ଣ ଖାଇଥିଲେ ବୋଲି ପଚାରିଥିଲେ। ମୁଁ କହିଥିଲି ସେମାନେ ଅଣ୍ଡା ଖାଇଥିଲେ। ତା’ପରେ ସେ ଇଞ୍ଜେକ୍ସନ ଦେଇ କେନ୍ଦୁଝର ଡାକ୍ତରଖାନାକୁ ନେଇଯିବାକୁ କହିଥିଲେ। ସାର୍ (ଡାକ୍ତର) କହିଲେ ଆମ୍ବୁଲାନ୍ସ ନାହିଁ। ତୁମେ ନିଜେ ଆମ୍ବୁଲାନ୍ସ କରି କେନ୍ଦୁଝର ନେଇଯାଅ। ତା’ପରେ ଆମେ ଗାଡ଼ି ଭଡ଼ା କରି ଆନନ୍ଦପୁର ଡାକ୍ତରଖାନାକୁ ଯାଇଥିଲୁ। ସେତେବେଳକୁ ମୋ ପୁଅର ମୃତ୍ୟୁ ହୋଇସାରିଥିଲା। ସେଠାରେ ଡାକ୍ତର କହିଲେ ଯେ ସେମାନଙ୍କୁ ସାପ କାମୁଡ଼ିଛନ୍ତି। ଆମେ ବିଳମ୍ବ କଲୁ ବୋଲି ଡାକ୍ତର କହିଲେ।

ସେହିପରି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଦୁର୍ଗମ ବୁରାତାଲ ପଞ୍ଚାୟତର ବିଲୁଗାଁରେ ଗତକାଲି ରାତିରେ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଦମୟନ୍ତୀ ଶବର ଓ ଲିମି କାର୍ଜୀ। ସେମାନେ ସଂପର୍କରେ ମାଇଁ-ଭାଣିଜୀ। ଲିମି ତାଳବାଡ଼ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ।ରାତିରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଥିଲା। ଏହା ଜଣାପଡ଼ିବା ପରେ ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଥିଲା।ଆଜି ସକାଳେ ଉଭୟଙ୍କ ମୃତଦେହକୁ ଭାର ଯୋଗେ ଗାଁରୁ ପାହାଡ଼ି ରାସ୍ତାରେ ତିନି କିଲୋମିଟର ଦୂର ବାତରା ସାହିକୁ ନିଆଯାଇଥିଲା। ପାହାଡ଼ ତଳେ ଥିବା ବାତରା ସାହିରେ ମୃତଦେହ ଦୁଇଟି ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନିଆଯାଇଥିଲା ବ୍ୟବଚ୍ଛେଦ ପାଇଁ। ଦୁହିଁଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ